STORYMIRROR

Satyabrata Ojha

Children Inspirational

3  

Satyabrata Ojha

Children Inspirational

ଶିଶୁ କବିତା

ଶିଶୁ କବିତା

1 min
934


ମନ ନୁହେଁ, ବିବେକ କଥା ଶୁଣ,

ଧନ ନୁହେଁ, ମଣିଷକୁ ତୁ ଚିହ୍ନ।


ଆୟ ନୁହେଁ , ବ୍ୟୟକୁ ଜଗି ଚଳ,

ଭୟେ ନୁହେଁ ନିର୍ଭୟେ ବାଟ ଚାଲ।


ଘୃଣା ନୁହେଁ, ପ୍ରେମର ପାଠ ପଢ଼,

ନିୟମରେ ଯମକୁ ବି ନ ଛାଡ।


ଜୀବନେ କରନି କେବେ ଋଣ,

ଆଜି ନହେଲେ କାଲିକି ହେବ ମରଣ।


ପିତା ମାତା ଚଳନ୍ତି ଭଗବାନ,

ସୁଝି ହୁଏନି କେବେବି ତାଙ୍କ ଋଣ।


ଯୌବନ ନୁହେଁ, ଜୀବନ ତୁମେ ଗଢ଼,

ବିଫଳତା ନୁହେଁ ସଫଳତାର ପାହାଚ ଚଢ଼।


ହିଂସା ନୁହେଁ, ଅହିଂସା ଗୀତ ବୋଲ,

କଠୋର ନୁହେଁ ମଧୁର ବଚନ ଭଲ।


କରନି ତୁମେ ଗୁରୁଜନ ସଂଗେ ଗେଲ,

ସେମାନେ ପୁଣି ଭଗବାନଙ୍କ ତୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children