STORYMIRROR

Kamalini Panigrahi

Romance

4  

Kamalini Panigrahi

Romance

ସାର୍ଥକ ପ୍ରେମ

ସାର୍ଥକ ପ୍ରେମ

1 min
464


ଆଖିର ଭାଷାକୁ ହୃଦୟତ ପଢେ

     ଆଖିରେ ଆଖିରେ ପ୍ରେମ

ସେହି ପ୍ରେମଦିନେ ଚିରନ୍ତନ ହୁଏ

     ଛିଣ୍ଡାଇ ପାରେନା ଯମ ।।


ହୃଦୟ କୋଣରେ ଦୃଢୀଭୂତ ହୁଏ

     ଅନାବିଳ ପ୍ରେମ ଡୋର

ଦୁଇଟି ଆତ୍ମାକୁ ଏକତ୍ର କରେସେ

     ମନ ପ୍ରାଣରେ ଅସ୍ଥିର ।।


ମିଳନର ଆଶା ଉଜ୍ଜୀବିତ ହୁଏ

      ପଞ୍ଚଇନ୍ଦ୍ରୀୟ ଅସ୍ଥିର

ହୃଦୟ ସ୍ପନ୍ଦନ ବଢ଼ି ଚାଲେ ବ୍ୟଗ୍ରେ

     କୂଳଲଙ୍ଘେ ଯେହ୍ନେଝର ।।


ତୃଷ୍ଣା ବଢିଚାଲେ ମନ-ଦେହ-ପ୍ରାଣେ 

     ଯେହ୍ନେ ଯକ୍ଷର କାତର

ସ୍ଵଳ୍ପପ୍ରେମରେ ଯେ ତୃଷ୍ଣାମେଣ୍ଟେ ଯେହ୍ନେ

      ବର୍ଷା ଭିଜା ଚାତକର ।।


କୁମୁଦ ଯେସନେ ସିତାଂଶୁ ପ୍ରେମରେ

       ବିତାଇଛି ରାତ୍ରୀକେତେ

ପ୍ରେମ ସ୍ପର୍ଶ ସ୍ଵଳ୍ପ ପ୍ରାପତିକ ହେତୁ

      ଆସାୟୀତ ନାନାମତେ ।।


ନିଗୂଢ଼ ତାତ୍ପର୍ଯ୍ୟତା ବିଧି କୃତ୍ୟରେ

      ଐଶ୍ୱରିକ ପ୍ରତିପାଦିତ

ଶାସ୍ଵତିକ ଭାବସନ୍ଧିରେ ପ୍ରାଣ 

       ପ୍ରକଟିତ ଉଜ୍ଜୀବିତ ।।


ଦୁଇ ଜୀବନର ସାର୍ବିକ ସ୍ଥିତିତ୍ଵ

       ଅକାଟ୍ୟ ଓ ଚିରନ୍ତନ

ଆତ୍ମୀୟତାର ଅସ୍ଥିଗ୍ରନ୍ଥିରେ ସତେ

       ନିବନ୍ଧିତ ହୁଏମନ ।।


ପ୍ରାରବ୍ଧଠୁ ଭବିଷ୍ୟ ଐହିକ ଆୟୁ

      ସ୍ଥିରିକୃତ ହୋଇଥାଏ

ଆବିଳତା ଆଉ ଚଞ୍ଚଳତା କେବେ

      ପ୍ରଣୟେ ଆସି ନଥାଏ ।।


ସ୍ଵତଃ ସ୍ରୋତ ଆଉ ନୈସର୍ଗିକ ଧାରା

     ନିଃସ୍ୱାର୍ଥରେ ସ୍ୱଚ୍ଛପୂତ

ସୌହାର୍ଦ୍ଦ୍ୟରେ ସ୍ନିଗ୍ଧ ମଧୁକ୍ଷରା ପ୍ରେମ

      ଚିରନ୍ତନ ଓତଃପ୍ରୋତ ।।


ଐକାନ୍ତିକ ବୁଝାମଣା ପରସ୍ପର

     ଐକମତ୍ୟ ଐକବାକ୍ୟ

ଐକିକଚିନ୍ତନ ଐକ ମନପ୍ରାଣ

     ସାର୍ଥକ ପ୍ରେମର ଲକ୍ଷ୍ୟ ।।


ପରସ୍ପର ଭାବତ୍ଵ ଓ ମମତ୍ୱର

     ପରାକାଷ୍ଠା ଅଟେ ପ୍ରେମ

ପରିପୂର୍ଣ୍ଣ ଜୀବନ ଚର୍ଯ୍ୟାରେ ଗଢା

      ସୁଖମୟ ପ୍ରାଣ କାମ୍ୟ ।।


ଚିନ୍ମୟ ଶକ୍ତିର ସାରସ୍ଵତ ମର୍ମ

      ଜିଜ୍ଞାସାରେ ଅକାର୍ଚ୍ୟୁତ

କେଉଁ ଅଭିଧାନେ ନାହିଁ ଭାବଧାରା

      ଯାହା ଚିରନ୍ତନ ସତ୍ୟ ।।



Rate this content
Log in

Similar oriya poem from Romance