STORYMIRROR

Padmalaya Mishra

Abstract Inspirational

4  

Padmalaya Mishra

Abstract Inspirational

ସାଙ୍ଗ

ସାଙ୍ଗ

1 min
279


ନୀରିହ ଚାହାଣୀ ସୁଲଳିତ ବାଣୀ

ମୋହିନିଏ ସବୁ ମନ

ନାହିଁ କିଛି ଆଶା ଓଠେ ସ୍ନେହ ଭାଷା

ଏମିତି ତ ପିଲାଦିନ ।।


ହାତେ ହାତ ଛନ୍ଦି ଆପଣାରେ ବାନ୍ଧି

ସ୍କୁଲରେ ପ୍ରଥମ ସାଙ୍ଗ

ଭାବ ଦିଆନିଆ ଗୋଟିଏ ଯେ ହିଆ

ସାଙ୍ଗ ରଙ୍ଗେ ହୋଇ ରଙ୍ଗ ।।


ଏମିତି ବନ୍ଧନ ଯୋଗାଏ ଇନ୍ଧନ

ରାଗରୁଷା ଅଭିମାନ

ପାଠ ସହ ଖେଳ ପକାଇ ଚହଳ

କଟିଯାଏ ପିଲାଦିନ ।।


କଲେଜ ଚଢିଲେ ସାଙ୍ଗ ସାଥେ ଥିଲେ

ଡର ନାହିଁ ଭୟ ନାହିଁ

ଛୁଅଁଇ ଯୌବନ ପ୍ରଫୁଲ୍ଲିତ ମନ

ସାଙ୍ଗ ଆଗେ ମନ କହି ।।


ଅୟୁତେ ସପନ ବୁଣଇ ନୟନ

ଭବିଷ୍ୟତ ଚିନ୍ତା ନେଇ

ସେଇ ସ୍ରୋତ ଧାରେ ସାଙ୍ଗ ହାତ ଥରେ

ଶୁଖଇ ସମ୍ପର୍କ ନଈ ।।


ଜୀବନ ଦୌଡ଼ରେ ଆଗରେ ପଛରେ

ସାଙ୍ଗ ହାତ ଯାଏ ଛାଡି

ସମୟର ସାଥେ ଜୀବନର ପଥେ

ନୂତନ ସମ୍ପର୍କ ବଢି ।।


ସଂସାର ଜଞ୍ଜାଳ ସାଙ୍ଗ ସାଥୀ ମେଳ

ଦୁରେଇ ଦିଏ ସମୟ

ଯେତେ ଥିଲେ ଦୂରେ ମନ ସାଙ୍ଗ ଝୁରେ

ନିରୋଳାରେ ଏ ହୃଦୟ ।।


ସମୟ ଅଭାବ ମନେ ଆଣେ କ୍ଷୋଭ

ମାଧ୍ୟମ ଯେ ଦୂରଭାଷ

ସମୟ ଭିତରେ ସମୟ ବାହାରେ

ଦୂରଭାଷେ ସାଙ୍ଗ ପାଶ ।।


ବୟସ ଖସିବ ସମୟ ଆସିବ

ମନେ ମନେ ସାଙ୍ଗ ଖୋଜି

ପିଲାଦିନ ସାଙ୍ଗ ତାଙ୍କ ରଙ୍ଗଢଙ୍ଗ

ମନେ ମନେ ହେବା ହେଜି ।।


ଯେଉଁ ସାଙ୍ଗ ସଙ୍ଗେ କଳ୍ପନାର ରଙ୍ଗେ

ଖେଳୁଅଛେ ଲୁଚକାଳି

ଆଗ ପଛ ହୋଇ ସବୁ ହେବା ଛାଇ

ସମୟର କରତାଳି ।।


ଖରା ବି ଦେଖିଚେ ବର୍ଷା ବି ଦେଖିଚେ

ସାଙ୍ଗ ସାଥେ ପତ୍ରଝଡା

ହାଡ଼ଭଙ୍ଗା ଶୀତ ସାଙ୍ଗ ସହ ଗୀତ

ଜୀବନ ପଥେ ବାହୁଡା ।।


Rate this content
Log in

Similar oriya poem from Abstract