ସାମୂହିକ ଆତ୍ମଗୋପନସଂଜୟ କୁମାର ତ୍
ସାମୂହିକ ଆତ୍ମଗୋପନସଂଜୟ କୁମାର ତ୍
ସ୍ବପ୍ନର ଇଲାକାରେ ଦେଖାହେଲେ ରାମଚନ୍ଦ୍ର, ଗାଂଧୀ ଓ ଗଂଗାଧର
ଅତି ମାନବ, ମହାମାନବ ଓ ସାଧାରଣ ମାନବ ସେମାନେ ସମସ୍ତ ଅବୁଝା ମଣିଷ
ବାରଂବାର ପ୍ରଶ୍ନ କରୁଛତି- ଏ କଣ ଆମ ସ୍ବପ୍ନର ଭାରତ ?
କିଏ ବା କହିବ ତାଂକୁ- ଧ୍ବଂସର ଯଜ୍ଞଙ୍କୁଡରେ ଆହୂତ ଏ ଭୂଖଡ ।
ଭୋକର ଭୂଗୋଳ ଓ ବୈଷମ୍ୟର ଇତିହାସରେ
ପରିଚୟ ପାଲଟିଛି ଅପ୍ରାସଂଗିକ
ନୀଳତୃଷ୍ଣାର ଅନ୍ଵେଷଣରେ ଭ୍ରଷ୍ଟ ଯୁବ ସମାଜ
ମାତିଛତି ନେତିବାଦୀ ଆତ୍ମଗୋପଦୀରେ ।
ଦାନ ମାଝୀ ପ୍ରକରଣରେ ବି ସଂବେଦନ ଶୂନ୍ୟ ପ୍ରଶାସନ
ଯେତେ ସବୁ ସମାଜର ବଡପଂଡା
ନିଶାର୍ଷର ଆଗଂତୁକ-ଅସହାୟତାର ଖରିଦ୍ଵାର
ଦାଦନ ଖଟିବାକୁ ଯାଇଛି ମୋହନ
ପୁଣି ଦାସ ପ୍ରଥାର ବଂଧନରେ କେବିକ ।
ଅନାବଶ୍ୟକ ସଂବଲପୁର/ ଓଡିଶା/ ଭାରତ ବଂଦରେ
ହଂତସଂତ ଖଟିଖିଆ, ଦିନମଜୁରିଆ ବି.ପି. ଏଲ୍ ମଣିଷ
ଅନ୍ୟ ପଟେ ସମାଜରେ ସେକ୍ସ ଏକ ଷ୍ଟାଟସ ସିଂବଲ୍
ଅବାଧ ପରକ୍ରୀୟା ପ୍ରୀତି/ ଗଣଧର୍ଷଣରେ ଲିପ୍ତ ଦିଗ୍ଭ୍ରଷ୍ଟ ଯୁବ ସମାଜ
କିଏ ଦେବ ନୈତିକ ମୂଲ୍ୟବୋଧର ମୁକ୍ତି ସଂଜୀବନୀ
ସ୍ବପ୍ନର ଚରିତ୍ର ମାନେ ଯେ ଆତ୍ମଗୋପନ କରିଛତି
ବୁଢାରଜାର ଗର୍ଭ ଗହ୍ଵରରେ ।