STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସାଇତି ରଖିବା ଆମରି ଭାଷା

ସାଇତି ରଖିବା ଆମରି ଭାଷା

1 min
399


ଅଟେ ମାତୃଭାଷ ଅମୂଲ୍ୟ ରତନ,


    କରିବା ଆମରେ ଭାଷାର ଯତନ।


ହେଉ ସର୍ବୋପରି ଆସନ ତାହାର,


    ପ୍ରେମ ଭକ୍ତି ଶ୍ରଦ୍ଧା ରହୁ ନିରନ୍ତର।  

   


ଯେ ଜନ ନ ବୁଝେ ମାନ ଅପମାନ


    ଅବଶ୍ୟ ସେହୁରେ ପଶୁର ସମାନ।


ଯା ଭାଷା ଦୂର୍ବଳ ନାହିଁ ତାର ଜ୍ଞାନ


    ନ ମିଳେ ଆଦର ନ ମିଳେ ସମ୍ମାନ।



ବଡ଼ ହେବା ପାଇଁ କର ବଡ଼ ଆଶା,


    କରିବାରେ ଆଗ ଆମ ମାତ୍ରୁଭାଷା।


ନାହିଁ ଯେବେ ମନ ଉଚ୍ଚ ଅଭିଳାଷା,


    ଜୀବନ ବୄଥାରେ ହୁଏସେ ହତାଶା।



ଜୀବନ ପରାରେ ପୁର୍ବ ପୂର୍ଣ୍ୟ ଫଳ,


   କର୍ମ ଜ୍ଞାନେ ବଳୁ ହୁଏରେ ସଫଳ।


ଅର୍ପଣ ଜୀବନ ଜନଙ୍କ ସେବାରେ,


  ମାତୃଭାଷା ପ୍ରୀତି ରହୁ ତା ସାଙ୍ଗରେ।



ମାଆ ମାତୃଭୂମି ଆଦର କରିବା


      ବୃଦ୍ଧଜନଙ୍କର ସେବାକୁ ଧରିବା


ମାତ୍ରୁଭାଷା ବଳୁ ଶକ୍ତିଶାଳୀ ହେବା


    ଭାଷା ବଳୁ ଆମେ ଭାଷାକୁ ବୁଝିବା ।



ଏକ ହସ୍ତେ ଭାଷା ଅନ୍ୟ ହସ୍ତେ ଜ୍ଞାନ


    ଜୀବନରେ ପରା ଅଟେ ସେହୁ ଧନ।


ଜୀବନ ଯାତ୍ରାରେ ଯହୁଁ ଭାଷା ଜ୍ଞାନ,


     ମିଳିବ ଆଦର ଦେବରେ ସମ୍ମାନ।



ଭକ୍ତି ଜଗନ୍ନାଥେ କରୁ ଥିବା ନିତ୍ୟେ,

  

     ଓଡ଼ିଆ ପଢିବା ଧିର ସ୍ଥିର ଚିତ୍ତେ।


ଓଡ଼ିଆରେ ଲେଖ ଅନ୍ତର୍ଭୁକ୍ତ ସ୍ବନ୍ନ


     କୁହହେ ଓଡ଼ିଆ କରିଣ ସମ୍ମାନ।



ଜନନୀର ଭାଷା ନହୁ ହୀନିମାନ,


    ସନ୍ତାନେ ପଢନ୍ତୁ ଦେଇ ମନଧ୍ୟାନ।


ପୌରାଣିକ ଭାଷା ଅଟେରେ ମହାନ,


   ବୋଳୁଥିବା ନିତ୍ୟେ ଭାଷାର ଚନ୍ଦନ।



ନ ବୁଝେରେ ଯେହୁ ମାନ ଅପମାନ,


   ଅବଶ୍ୟ ଅଟେରେ ଅଜ୍ଞାନୀ ଅଧମ।


ଭାଷା ତା ଦୁର୍ବଳ କିପରି ତା ଜ୍ଞାନ,


   ନମିଳେ ଆଦର କାହିଁ ତା ସମ୍ମାନ।





Rate this content
Log in

Similar oriya poem from Abstract