ସାହିତ୍ୟରେ ରାଜନୀତି
ସାହିତ୍ୟରେ ରାଜନୀତି
ସାହିତ୍ୟରେ ରାଜନୀତି, ଭଲ ଲାଗୁ ନାହିଁ,
କବିତାରେ ଧର୍ମ ଜାତି, ଭଲ ଲାଗୁ ନାହିଁ,
ଭଲ ଲାଗୁ ନାହିଁ ମୋତେ, ଭଲ ଲାଗୁ ନାହିଁ,
ଦୁନିଆର ରୀତିନୀତି, ଭଲ ଲାଗୁ ନାହିଁ ।
ତୁ ସୁନ୍ଦର ଫୁଲଟିଏ, ଭ୍ରମର ମୁଁ ସାଜି,
ନିବେଦନ କରୁଛି ମୁଁ, ଗୀତ ଗାଇ ଆଜି,
ତୋ ବିନା ଏ ଦିନ ରାତି, ଭଲ ଲାଗୁ ନାହିଁ ।
କେହି ନ ଶୁଣିଲେ ମୋତେ, ଖାଲି ତୁ ଶୁଣିନେ,
କେହି ନ ବୁଝିଲେ ମୋତେ, ଖାଲି ତୁ ବୁଝିନେ,
ସଂସାର କୁ ପ୍ରେମ ପ୍ରୀତି, ଭଲ ଲାଗୁ ନାହିଁ ।
"ଜୀବନ ଗୀତ" କବିତା, ଲେଖୁଛି ତୋ ପାଇଁ,
ହେଲା ସେ ଜଗତଜିତା, ଦେଖୁଛି ତୋ ପାଇଁ,
ବିରହରେ ଯଶ ଖ୍ୟାତି, ଭଲ ଲାଗୁ ନାହିଁ ।