ସାହିତ୍ୟିକ ସାହିତ୍ୟିକା
ସାହିତ୍ୟିକ ସାହିତ୍ୟିକା
ସମାଜେ ସଭିଏଁ ଦେଖନ୍ତି ଯାହାକୁ
ଅତି ସାଧାରଣ ଭାବେ
କଥା ଶିଳ୍ପିର ଭାବନାରେ ଏହା
ଭିନ୍ନ ଦୃଷ୍ଟିରେ ଶୋଭେ ।
କରିପାରେ ସେ ବିନ୍ଦୁ ମଧ୍ୟରେ
ଅଗାଧ ସିନ୍ଧୁର ଦର୍ଶନ
କ୍ଷୁଦ୍ର ଏକ ବାଲିକଣିକା ମଧ୍ୟେ
ବିଶାଳ ବ୍ରହ୍ମାଣ୍ଡ ସର୍ଜନ ।
ସାହିତ୍ୟିକର ସଂଘର୍ଷ ମୟ ଜୀବନ
ପଛକୁ ସାଉଁଟେ ଶଦ୍ଦରେ
ଧାଡିକୁ ଧାଡି ଶଦ୍ଦ ଯୋଡ଼ି ଗଢେ
କାହାଣୀ ଶଦ୍ଦର ଉପାଦାନରେ ।
ଜୀବନର ପରିଭାଷାକୁ କରଇ
ହୃଦୟ କଲମେ ସେ ଧାର୍ଯ୍ୟ
ମନର ଯାତନା ଅନ୍ତର ବେଦନା
ଅନ୍ତଃସ୍ବରେ ଗଢେ ଗଳ୍ପ ସାମ୍ରାଜ୍ୟ ।
ପ୍ରଯୁକ୍ତି ବିଦ୍ୟାର ଅତ୍ୟାଧୁନିକ ଯୁଗରେ
ପହଞ୍ଚିଛି ଆଜିର ମଣିଷ
କଳ୍ପନାର ପାରିଜାତ ଫୁଲ
ସାଉଁଟି ବାକୁ କରେ ଅକ୍ଳାନ୍ତ ପ୍ରୟାସ ।
ପ୍ରତିଦିନ ଦେଖୁଛି ନୂଆ ନୂଆ
ଅନେକ ସମସ୍ୟା ଓ ଘଟଣା
ମାନସିକ ସଂଘାତ ମଧ୍ୟେ ଛନ୍ଦି ହୋଇଛି
ନେଇ ଅନେକ ଦୁଃଖ ଯନ୍ତ୍ରଣା ।
ମାର୍ମିକ ଅନ୍ତଃସ୍ଵର ଯୋଗାଏ
ଲେଖିବାକୁ ଶଦ୍ଦରେ ଇନ୍ଧନ
ବ୍ୟାପକ ଅନୁଭୂତିରୁ ମିଳେ
ପ୍ରକାଶିବାକୁ ଦୁଃଖସୁଖର ବନ୍ଧନ ।
ଶଦ୍ଦରେ ଖେଳରେ କିଛି ନିଆରା
ଶଦ୍ଦକୁ ନେଇ ସେ ଖେଳେ
ଏକ ସୁନ୍ଦର କାହାଣୀ ଫ୍ରେମ୍ରରେ
ଅଲଗା ସ୍ବପ୍ନ କଥାଟିଏ ତୋଳେ ।
ମାନବିକତାର ବାର୍ତ୍ତାକୁ ପହଞ୍ଚାଏ
ନେଇ ସମାଜ ସମ୍ମୂଖରେ
ଗଳ୍ପ ସାହିତ୍ୟର ପାଠକ ପାଠିକା
ଦେଖନ୍ତି ନିଜକୁ କାନଭାସ୍ ଉପରେ ।
କେତେବେଳେ ସେମାନେ ସତ୍ୟକୁ ସାମ୍ନା କରି
ଯନ୍ତ୍ରଣାର ପରିଭାଷା ରେ ଖୁସି ହୁଅନ୍ତି
ଅନୁଶୋଚନାର ବର୍ଷାରେ ଭିଜି ଭିଜି
ପୁଣି ଲୁହରେ ଥମ୍ ଥମ୍ ହୋଇଉଠନ୍ତି ।