Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ସାହିତ୍ୟ ନୁହେଁ

ସାହିତ୍ୟ ନୁହେଁ

1 min
397


ସାହିତ୍ୟର ମାନେ ନୁହେଁ

କେବଳ ଶଦ୍ଦ ସଂଯୋଜନା

ସାହିତ୍ୟ ର ମାନେ ନୁହେଁ

ବାକ୍ୟ ସଂରଚନା

ସାହିତ୍ୟ ସେ କରେ

ସମାଜର ହିତ

ମଣିଷ ଜାତିକୁ କରେ ବିକଶିତ ।


ସାହିତ୍ୟ କରେ

ପ୍ରଥା ପରମ୍ପରାକୁ ସମୃଦ୍ଧ

ସାହିତ୍ୟ ଗଢେ ସମାଜ

ଜ୍ଞାନ ବିଜ୍ଞାନ ପ୍ରଗତିର 

ବଜାଏ ସେ

ପରୋକ୍ଷ ଓ ପ୍ରତ୍ୟକ୍ଷ ବାଦ୍ୟ ।


ସାହିତ୍ୟ ନୁହେଁ କେବଳ

 ମାନବଙ୍କ ପାଇଁ ପ୍ରଯୁଜ୍ୟ

 ସାହିତ୍ୟ ହିଁ ଜୀବଜଗତର ପୂଜ୍ୟ

 କାହାଣୀ ଗଳ୍ପ କାବ୍ୟ କବିତାର

 ନୁହେଁ କେବଳ ଏ ସମାହାର

 ସାହିତ୍ୟ ଅଟେ ସମାଜର

 ମୂଲ୍ୟବାନ ମଣି ମୁକ୍ତାହାର ।


 ସାହିତ୍ୟ ନୁହେଁ କେବଳ

 ହସ କାନ୍ଦ ଦୁଃଖ ସୁଖ

 ବାଣ୍ଟିବାର ପଥ

 ଏ ଅଟେ ମୁକ୍ତିର ପଥ

 ସମାଜ ଓ ସାମାଜିକତାର ମହାରଥ

 ରାଜନୀତି, ଅର୍ଥନୀତି, ସମାଜନୀତି

 ସବୁର ସମାହାର

 ସାହିତ୍ୟ ହିଁ ସୃଷ୍ଟି କରେ

 ମହାଜାଗତିକ ବିଜ୍ଞାନ ଓ ଗଣିତ ।


 ସୃଷ୍ଟିର ଆଦ୍ୟ ଶଦ୍ଦ

 ସୃଷ୍ଟି ପ୍ରାନ୍ତ ଶଦ୍ଦ

 ସବୁର ମିଶ୍ରଣ ଅଟେ ସାହିତ୍ୟ

 ଏଥିରେ ପୂରିତ ହୋଇଛି

ଜୀବନ ଜୀବିକାର

 ଆଦି ଅନ୍ତର ସଂଗୀତ

 ବିଦ୍ୟାର ଭଣ୍ଡାର ଏହି

 ବିଶ୍ଵାସର ମାର୍ଗ ଏହି

 ନୀତି ଆଦର୍ଶର ଶିକ୍ଷକ ଏହି

 ସବୁ ବାଦରୁ ଉର୍ଦ୍ଧ୍ବରେ ରହି

ମଣିଷ ଜାତିକୁ ଦିଏ

ମୁକ୍ତିର ପଥ ।


ବଞ୍ଚି ବଞ୍ଚାଇବାର 

ହସି ହସାଇବାର ପଥ ସେହି

ଗରିବ ଖଟିଖିଆ

ମେହନତୀ ମଣିଷର ମିତ ସେହି

ବିଜ୍ଞ ଜନଙ୍କର ମୁଣ୍ଡ ସେହି

ରାଜନୀତିଜ୍ଞ ଙ୍କ ତୁଣ୍ଡ ସେହି

ସାହିତ୍ୟ ନୁହେଁ କେବଳ

ବଞ୍ଚିବାର ରାହା

ସାହିତ୍ୟ ଅଟେ ସମଗ୍ର

 ବିଶ୍ଵ ଜଗତର ଭରସା ଓ ସାହା ।   


Rate this content
Log in

Similar oriya poem from Abstract