ସାହିତ୍ୟ କୁମ୍ଭକାର
ସାହିତ୍ୟ କୁମ୍ଭକାର
ଓଡ଼ିଆ ସାହିତ୍ୟ କୁମ୍ଭକାର ମୁହିଁ ନିତି କିଛି ହାଣ୍ଡି ଗଢେ,
କଞ୍ଚା ମାଟିହାଣ୍ଡି ଟାଣ କରିବାକୁ ନିଜେ ଜଳି ତାକୁ ପୋଡ଼େ ।
କଳସୀ ମାଠିଆ ପୂଜାସରା ପୁଣି ଶୁରେଈ ତିଆରି କରେ,
କିଛି ଭାଙ୍ଗିଯାଏ କିଛି ଫୁଟିଯାଏ ନିତି ମୋର ଚକ ଘୂରେ ।
କଳସ ଦୀପାଳି ଧୂପଦାନୀ ପୁଣି ଭକ୍ତି ମନେ ଗଢୁଥାଏ,
ସେହି ଭକ୍ତିଗୀତ ଭଜନ ଜଣାଣ ନିଜେ ପଢି ଖୁସି ହୁଏ ।
କଳସୀ ମାଠିଆ ହାଣ୍ଡି ମୋର ଗପ କବିତା ମୋ ପୂଜାସରା,
ପଲ୍ଲୀ ଆଧୁନିକ ବ୍ୟଙ୍ଗ ହାସ୍ୟରସ ଧୂପଦାନୀର ପସରା ।
ଠାକୁରଙ୍କ ମୂର୍ତ୍ତି କଣ୍ଢେଇ ଗଢେ ମୁଁ ଗ୍ରାହକର ମନନେଇ,
ଅଧିକ ସମୟ ଶ୍ରମ ଲାଗେ ମୋତେ ଉପନ୍ୟାସ ଲେଖାପାଇଁ ।
ଚଉଁରା ଗଢିଲେ ତୁଳସୀ ସେବାରେ ଚିହ୍ନାରା ଗ୍ରାହକ ନିଏ,
ଆଲୋଚନା ଲେଖା ପୁସ୍ତକ ହୋଇଲେ ପଡ଼ି ପଡି ଉଈ ଖାଏ ।
କିଛି ଭାଙ୍ଗିଯାଏ ନୂଆ ଗଢ଼ାହୁଏ ଶବ୍ଦ ମୋ କାଦୁଅ ମାଟି,
କଲମ କାଳିରେ ସାହିତ୍ୟ କଳସ ଗଢୁଥିବି ନିତିନିତି ।
