STORYMIRROR

Upendra prasad Mahala

Romance Inspirational

4  

Upendra prasad Mahala

Romance Inspirational

ସାହାଡା ସୁନ୍ଦରୀ

ସାହାଡା ସୁନ୍ଦରୀ

1 min
192


କିଏ ତୁମେ ଅପୂର୍ବ ଲାବଣ୍ୟବତୀ
ସାରାଦିନ ଲୁଚିରୁହ ସାହାଡା ଗଛରେ 
ରାତିରେ ଲଳନା ବେଶ ଧରି
ନିଃଶବ୍ଦରେ ମୋ ଶୋଇବା 
ଘରକୁ ଅ।ସି ନିଦରୁ ଉଠାଅ ,
ଛାତିରେ ମୁହଁ ଗୁଞ୍ଜି ମିଠାମିଠା
କଥା କହି ସ୍ୱପ୍ନରେ ହଜିଯାଅ । 
ଗପ ଶୁଣିବାକୁ ଅଝଟ କର ।
ଭଲ ପାଅ ଜହ୍ନଧୁଅ। ରାତିକୁ ।
ଅ।ଞ୍ଜୁଳାରେ ତୋଳିଅ।ଣି ଦେଖ
ଝର୍କା ଦେଇ ଅ।ସୁଥିବା ଜ୍ୟୋତ୍ସ୍ନାକୁ ।

ମୁଁ ଖୋଜୁଥିବା ବେଳେ ମୁକ୍ତି ଓ
ଅ।ଲୋକର ପଥ, ତୁମେ 
ମାଗୁଥାଅ ଅ।ଶାର ମନ୍ତୁରାପାଣି
ବୋଳିବାକୁ ମୋ ଦେହରେ।
ତୁମେ ଚାହୁଁଥାଅ ପୂର୍ଣ୍ଣ ସମାହିତ,
ସମାଧିସ୍ଥିତ ହେବାକୁ ମୋ 
ଦରିଦ୍ର ଅ।ତ୍ମାରେ।।

ହେ ସଖୀ ସାହାଡା ସୁନ୍ଦରୀ !! 
ଅପୂର୍ବ ଲାସ୍ୟମୟୀ ତୁମେ
କ୍ଷଣିକରେ ମନ ମୋହି ନିଅ।
ଜାଣେନା ତୁମେ ସ୍ୱର୍ଗର 
ଅପସରୀ କି ମାନବୀ 
କି ନିୟତି ପ୍ରବାହରେ ଭାସି 
ଅ।ସିଥିବା ଶାଶ୍ୱତ ଚେତନାର ଫୁଲ ? 
ଜାଣେ, ତୁମେ ଅ।ସ ମୋର
ଶୟନେ, ସପନେ, ଜାଗରଣେ
ହୃଦୟ ମାନସୀ ସାଜି।
ଧୋଇ ଦେବାକୁ ମୋ
ଅନ୍ତର ମଳିନତା।

ରାତି ପାହି ଅ।ସିବା ବେଳେ
ନିଜକୁ ଅଭିଶପ୍ତ କନ୍ୟା ଭାବି 
କାନ୍ଦିକାନ୍ଦି ଫେରି ଯାଉଥାଅ
ସାହାଡା ଗଛକୁ ସବୁ ଦିନ।
ସକାଳେ ନିଦରୁ ଉଠିବା ବେଳେ
ଅର୍ଦ୍ଧ ଚେତନ ଥାଏ ମୋ ମନ
ଅଧାଅଧା ମନେ ଥାଏ ରାତିର 
କାହାଣୀ, ବିଛଣାରେ ପଡିଥାଏ 
କେଇପଟ ଭଙ୍ଗା ଚୁଡି।

ଦିନରେ ଘରପଛ ସାହାଡା ଗଛକୁ
ଦେଖେ, ଦିଶେନା ତୁମ ଛବି ।
ସବୁଜପତ୍ର ଝୁଲେଇ ଠିଅ।
ହୋଇଥାଏ ଗୋଡ ପୋତି।
ତୁମ ସ୍ପର୍ଶ ଓ ବାସ୍ନାରେ 
କାହିଁକି ବିଭୋର, ଅଧୀର ଅ।ତ୍ମା, 
ରାତାରାତି ଅ।ଶାର ନଈ 
ପହଁରୁଥାଏ, ଦିନରେ ନ ପାଇ
ତୁମକୁ କାନ୍ଦ କାନ୍ଦ ହୁଏ।

ଜାଣେନି ମୋ ଜୀବନ ଯାତ୍ରାପଥ
କୁଅ।ଡେ ଲମ୍ବିଛି, କେତେ ଦୂର ।
ତେଲ ଲୁଣ ସଂସାରରେ ଛନ୍ଦିହୁଏ
ପାଦ, ମନେମନେ ତୁମକୁ 
ଖୋଜେ ମୁଁ ସାରା ଦିନ ।
ହୁଏତ କେଉଁଦିନ ବାଟ ଭୁଲି
ହଜେଇ ଦେବି ଠିକଣା 
ଫେରିବିନି ଘରକୁ।
ମୁଁ ନ ଥିବି, ତୁମେ ଥିବ
ସ୍ୱପ୍ନମୟୀ ସାହାଡା ସୁନ୍ଦରୀ !!

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance