STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସାଧକ

ସାଧକ

1 min
315

ଏକାଗ୍ରତା ଓ ସଙ୍କଳ୍ପର ଚିତ୍ତ ନେଇ

ମୌଳିକ ଚିନ୍ତା ଓ ଚେତନାର ଉନ୍ମେଷରେ

ଦୁନିଆର ବିଶାଳ କର୍ମ କ୍ଷେତ୍ରରେ ଜଞ୍ଜାଳ ପୂର୍ଣ୍ଣ

ବନ୍ଧୁର ପଥ ଅତିକ୍ରମ କରି ଚାଲୁ ଚାଲୁ

ଜାଣତ ଅବା ଅଜାଣତରେ କେତେବେଳେ

ସେ ପହଞ୍ଚି ଯାଏ ତା'ର ଲକ୍ଷ୍ଯ ସ୍ଥଳରେ

ଜାଣିକରି ବି ଜାଣିପାରେନା ଭାବ ବିହ୍ୱଳରେ

ପହଞ୍ଚି ଯାଇଛି ବୋଲି ଆପଣାର

ଚିର ଇପ୍ସିତ ବାଞ୍ଛିତ ଲକ୍ଷ୍ୟ ସ୍ଥଳରେ ।


ସେତେବେଳେ ସେ ଆପ୍ୟାୟିତ ହୁଏ

ଆଞ୍ଜୁଳା ଆଞ୍ଜୁଳା ସମ୍ମାନର ଫୁଲତୋଡାରେ

ସେ ଆଙ୍କୁଥାଏ ପେନ୍ଥା ପେନ୍ଥା ସ୍ବରଲିପି

ଆପଣା ଅଙ୍ଗୁଳିର ସୂକ୍ଷ୍ମ ଶିଖରରେ

ସ୍ବପ୍ନ ହୁଏ ସତ୍ଯ ତା'ର କଠୋର

ସାଧନା ଅଧ୍ୟବସାୟ ପାଶରେ

ଅନ୍ତର୍ମୁଖୀ ହୁଏ ତାହାର ଚେତନା

ଦାୟିତ୍ଵବାନ ହୁଏ ତା'ର କାର୍ଯ୍ୟଧାରା

ସଜ୍ଜିତ ହୁଏ ବିନମ୍ରତାର ଭୂଷଣରେ ।


ସାଧନାର ଯଜ୍ଞବେଦୀରେ ଅହମିକାର

ପୂର୍ଣ୍ଣାହୁତି ଦେଇ ସମର୍ପିତ ମନ ନେଇ

ଦୁଷ୍କର କଣ୍ଟକିତ ପଥର ଅଭିଯାତ୍ରୀ ସାଜି

ସେ ଅତିକ୍ରାନ୍ତ କରେ କେତେ ଗିରିଶୃଙ୍ଗ

ସହି ନିୟତିର ଯାତନା କଷଣ ଅକାରଣ

ସାଫଲ୍ୟର ବିଜୟଶ୍ରୀ ମଣ୍ଡିତ ହୋଇ

ସେ ପାଲୋଟେ ଏକ ମହାନ ସାଧକ ।


ସାଧନା ତାହାର ମନ୍ତ୍ର - ତନ୍ତ୍ର - ଯନ୍ତ୍ର

ସେହି ଅମୋଘ ଅସ୍ତ୍ରରେ ହୋଇ ବଳିୟାନ

ସେ ପାଲୋଟେ ଯଶସ୍ୱୀ ସାଧକ

ସାଧନାର ପଥ କେବେ ନୁହଁଇ ସହଜ

ସାଧକ ସହିଥାଏ ପ୍ରସବର କଷ୍ଟ

ନିରଳସ ବେସାଲିସ ସ୍ବାଭିମାନୀ ମଣିଷ

ହାରେ ନାହିଁ କେଉଁଠି ବି ମହୀରେ

ପାତେ ନାହିଁ ହାତ କାହାରି ପାଖରେ

ସଦା ଉନ୍ନତ ତାହାର ବୁଦ୍ଧିଦୀପ୍ତ ମସ୍ତକ

ସେ ହିଁ ତ ପ୍ରକୃତ ଅର୍ଥରେ ସାଧକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract