ସାବିତ୍ରୀ ବ୍ରତର ଆହ୍ଵାନ
ସାବିତ୍ରୀ ବ୍ରତର ଆହ୍ଵାନ
ଜୀବନକୁ ଶୁଦ୍ଧ ପବିତ୍ର ଓ ନିର୍ମଳ ନିମନ୍ତେ
ଆମର କେତେ ପୂଜା ବ୍ରତ ହୁଏ
ବିଭିନ୍ନ ବ୍ରତ ମଧ୍ୟେ ନାରୀ ପାଇଁ ଯେଉଁ ମୂଖ୍ୟ
ବ୍ରତ, ସାବିତ୍ରୀ ବ୍ରତ କଥା ଇଏ ।
ଦୁନିଆର କଲ୍ଯାଣମୟୀ ନାରୀ, ଜ୍ୟେଷ୍ଠ
ମାସର ଅମାବାସ୍ୟା ତିଥିରେ,
ସ୍ନାନାଦି କାର୍ଯ୍ୟ ସାରି, ସଜ ହୁଅନ୍ତି ପିନ୍ଧି
ଲାଲ କିମ୍ବା ନାରଙ୍ଗୀ ବସ୍ତ୍ରରେ ।
ସିନ୍ଦୂର ପିନ୍ଧି ଫୁଲ, ଚାଉଳ, ସିନ୍ଦୂର ଫଳ
ଓ ମିଷ୍ଟାନ୍ନ ଭୋଗ ରେ
ବରଗଛ ମୂଳେ ପାଣି ଦେଇ ପୂଜନ୍ତି ଲକ୍ଷ୍ମୀ
ନାରାୟଣଙ୍କ ନାଁ ରେ ।
ଆରାଧ୍ୟା ଦେବୀ ହେଉଛନ୍ତି ମା ସାବିତ୍ରୀ,
ଏଇ ସାବିତ୍ରୀ ପୂଜାରେ
ସରବେ କନ୍ୟା ପ୍ରାପ୍ତି ନିମନ୍ତେ ପ୍ରାର୍ଥନା
କରନ୍ତି ଏହି ପରବରେ ।
ପିତା, ସ୍ୱାମୀ, ଶ୍ୱଶୁରଙ୍କୁ କହେ ସ୍ତ୍ରୀ ସନ
ମାନର ସଭ୍ୟତା ଭାଷାରେ
ନାରୀ ଜାତିର ଉଜ୍ବଳ ନକ୍ଷତ୍ର ହୁଅନ୍ତି ତ
ସାବିତ୍ରୀ ଆମରି ଶାସ୍ତ୍ରରେ ।
ଆଭରଣ ସୌଖୀନ ମାନସ ଦିବ୍ୟ ଭୋଗ
ନୁହେଁ ଚିନ୍ତା ଏହି ବ୍ରତର
ସାବିତ୍ରୀ ରୂପେ ଆମକୁ ଚେତେଇ ଥିଲା
ବଳ ନାରୀ ସତୀତ୍ୱ ଶକ୍ତିର ।
ନାରୀ ବିନା ପୁରୁଷ ଅସମ୍ପୂର୍ଣ୍ଣ ପ୍ରତ୍ୟେକ
ଯୁଗ ଓ ସବୁ ସମୟରେ
ନାରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
କରିଛନ୍ତି ସବୁ କାଳରେ ।
ପତ୍ନୀର ଭକତି, ସ୍ନେହଁ, ପ୍ରେମ, ପ୍ରୀତି,
ସ୍ୱାମୀକୁ ଦିଅଇ ଅଜବ ଶକ୍ତି
ସେଇ ଅଜବ ଶକ୍ତି ବଳେ, ସେ ଦିବାନିଶି
ଖଟେ ଦେଇ ନିଜ ଆତ୍ମହୁତି ।
ହାୟ ହାୟ ପୁରୁଷ ଏ ସମାଜେ ଭାବନ୍ତି
କେବଳ କାମ ସ୍ତ୍ରୀ ଜାତିର
ଘର କାମ, ରୋଷେଇ, ହାଣ୍ଡି ମଜା, ଛୁଆ
ଧରା ସାରା ବରଷ ଯାକର ।
ସେଇ ଚେତନାରେ ସ୍ତ୍ରୀ ଭାବେ ତା ସପନକୁ
ଦିନ କାହିଁ ବାଜୁଛି ସତର୍କ ଘଣ୍ଟି
ଏହି ଦିନ ପରେ ଘର କାମ ପୁଣି ହାତ ଠାରି
ଲାଣି ତାହା ଭାବି ଶୁଖି ଯାଏ ତଣ୍ଟି ।
କବି ଲେଖୁଛ ସାବିତ୍ରୀଙ୍କ ସଂଖ୍ୟା ଉଭେଇ
ଗଲାଣି ହୋଇଲେଣି ରଣଚଣ୍ଡି
ସ୍ତ୍ରୀର କଥାରେ ନଗଲେ ବିନା ରୋଷେଇରେ,
ଇଶାଣ କଣରେ ନଥିବ ଆଉ ଭାତ ହାଣ୍ଡି ।
କିଏ ତ ମନା କରୁନି, ସ୍ୱାମୀ ଗୁରୁ, ସ୍ୱାମୀ ପରମ
ବନ୍ଧୁଏକଥା ମନୁ ସେ ଭୁଲିବ
ନାରୀ ନିର୍ଯ୍ୟାତନା କଲେ, ସେ ସହିଷ୍ଣୁତା ଆଦର୍ଶେ
ବଂଶ ମାନ ମନେ ରଖି ପାରିବ ।
ନାରୀ ଶିକ୍ଷା, ସାମାଜିକ ପରିବର୍ତ୍ତନର ଏକ
ମହତ୍ତ୍ୱପୂର୍ଣ୍ଣ ଦିଗ ତ ହୁଅଇ
ସମାଜ ସଂସ୍କାର ପାଇଁ ନାରୀର ଭୂମିକାକୁ
ଅସ୍ୱୀକାର କରି ହେବ ନାହିଁ ।
ବର୍ତ୍ତମାନ ସମୟର ଆହ୍ଵାନ ହେଉଛି, ନିଜେ
ସରବେ ସତର୍କ ରହିବା
ସେ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ, ସମସ୍ତେ ତ
ସଦ୍ଭାବ ପ୍ରତିଷ୍ଠା କରିବା ।
