Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Classics

3  

RUNALAILA MOHANTA

Classics

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

2 mins
226



   ଅତୀବ ସୁନ୍ଦରୀ ରାଜ କୁମାରୀ ସେ 

       ନାଆ ତାଙ୍କ ସାବିତ୍ରୀ 

କେତେ କୁମାର ଆସିଲେ ବିବାହ ସକାଶେ 

   ହେଲେ ମନକୁ ନ ଛୁଇଁଲେ କେହି

  କାହା ଆଚରଣ ଯେ ନ ଲାଗିଲା ଭଲ 

  କାହା ପାଇଁ ନ ହେଲା ହୃଦୟ ସ୍ପନ୍ଦନ

  କି ମୁହେଁ କରନ୍ତେ ତାଙ୍କୁ ସେ ବରଣ 

  ପିତା ଙ୍କ ଆଦେଶ ପାଇ ରାଜକନ୍ୟା 

   ବାହାରିଲେ ଖୋଜି ମନ ର ମଣିଷ 

    ରାଜ୍ୟ ନଗର ବନ ଉପବନ 

  କୁମାରୀ କରିଲେ ସବୁଠି ଆଗମନ 

ଶେଷେ ଯାଇ ଭେଟିଲେ ସକ୍ଷୀ ସହ ମେଳେ

  ମଝି ଜଙ୍ଗଲରେ ପୁରୁଷ ସେ ଜଣେ

   ସୌନ୍ଦର୍ଯ୍ୟ ଯେ ଥିଲା ଅତି ଅପୂର୍ବ

   ଦେଖି ମନ ଗଲା ଲାଖି ତାଙ୍କର

   ନ ଜାଣି କିଛି ପିନ୍ଧାଇଲେ ସାବିତ୍ରୀ

   ବରଣ ମାଳା ଯେ ତାଙ୍କୁ ହସି ହସି

   ରାଜ ରାଣୀ ଦୁହେଁ ହୋଇଲେ ଖୁସି

   ଏତେ ଗୁଣବାନ ଜ୍ବାଇଁ କୁ ଦେଖି 

   ଜାଣିଲେ ଯେବେ ବରଷେ ପରେ

 ତାଙ୍କ ଜୀବନ ହେବ ପଞ୍ଚତତ୍ତ୍ଵରେ ଲୀନ

   ସଭିଏଁ ଭାଙ୍ଗି ପଡ଼ିଲେ ମନେ ମନେ

   ଶୁଣି ସତ୍ୟବାନ ର ଆସିବାର ସ୍ଥିତି

  ହେଲେ ଟଳିଲେ ନାହିଁ ସାବିତ୍ରୀ ତିଳେ

କହିଲେ ସିଏ ସମ୍ପୂର୍ଣ୍ଣ ଭାବେ ହୋଇ ନିଡର

     ସାଜିବି ଯଦି ମୁଁ ସ୍ତ୍ରୀ କାହାର

   ସେ ହୋଇବେ କେବଳ ସତ୍ୟବାନ

   ଦୃଢ଼ ସଂକଳ୍ପ ଦେଖି ରାଜଜେମା ର 

     ସମ୍ମତି ଦେଲେ ସବୁ ଗୁରୁଜନ

     ବିବାହ ଯେବେ ହେଲା ସଂମ୍ପନ୍ନ

    ଖୁସିରେ ରହିଲେ ଦମ୍ପତି ଦି' ଜଣ

      ପୂରିଲା ଯେବେ ଏକ ବରଷ

      ଆସିଲେ ନେବାକୁ ଯମଦୂତ

ସାବିତ୍ରୀଙ୍କ ତେଜରେ ପକାଇ ପାରିଲେ ନାହିଁ ଫାଶ

   ଶେଷ ରେ ଆସିଲେ ସ୍ଵୟଂ ଯମରାଜ

     ନେଇ ଚାଲିଗଲେ ଜୀବନ ଦୀପ

    ସାବିତ୍ରୀ ଦେଖି ଗଲେ ତାଙ୍କ ପଛରେ

    ଜୀବନ ଯଦି ନେବ ମୋହର ବି ନିଅ

  ନହେଲେ ମୋ ସ୍ଵାମୀ ପ୍ରାଣ ଫେରାଇ ଦିଅ

  ଆୟୁଷ ନପୂରିଲେ ତୁମ୍ଭଙ୍କୁ ମୁଁ ନେବି କିପରି

     ଏହା ଯେ ହେବ ନିୟମ ବିରୁଦ୍ଧ 

   ଅଝୋଟ ନ ହୋଇ ଯାଅ ଘରକୁ ଫେରି

    ପତିବ୍ରତା ନାରୀ ମୁଁ ଅଟେ ସାବିତ୍ରୀ

    ତାଙ୍କ ବିନା ଯିବି ନାହିଁ କହୁଛି ଖୋଲି

   ସେ ମୋର ପ୍ରାଣ ଆଉ ମୁଁ ତାଙ୍କ ସଙ୍ଗିନୀ

    ତାଙ୍କ ବିନା ନାହିଁ ମୋ ଜୀବନର ଗତି

 ଏତେ ମହାନ ନାରୀ ମୁଁ ଆଜି ଯାଏ ଦେଖିନାହିଁ

     ପ୍ରାଣ ବଦଳେ ମାଗ ବର ତିନୋଟି

    ଶୁଣି ସାବିତ୍ରୀ ମାଗିଲେ ଗୋଟି ଗୋଟି

     ପତି ମୋର ଆଉ ରହିବେ ନାହିଁ

  ଦୃଷ୍ଟି ଶକ୍ତି ଫେରାଇ ଦିଅ ମୋ ଶ୍ବଶୁର ଆଖିକି

      ଆଖି ପାଇ ଆଉ କରିବେ କଣ

   ସେଥିପାଇଁ ଦିଅ ତାଙ୍କ ରାଇଜ ଫେରାଇ

      ଶେଷରେ ମାଗିଲେ ଏମିତି ବର

  ଶତପୁତ୍ର ର ଜନନୀ ହେବାକୁ ମୁଁ ଚାହେଁ ନିଶ୍ଚିତ

    ଖୁସି ହୋଇ ଯମରାଜ ତଥାସ୍ତୁ କହିଲେ

  କିଛି ବାଟ ଗଲା ପରେ ପୁଣି ପଛକୁ ଦେଖିଲେ

   ସାବିତ୍ରୀ ଯେ ଯାଇ ନାହିଁ ତିନି ବର ପାଇ

    ଏ କି ଅନାଦର ମୋ ପ୍ରତି କରିଲ ପୁତ୍ରି

    ସାବିତ୍ରୀ କହିଲେ ଶୁଣ ଶୁଣ ହେ ଦେବ

 ପତି ବିନା ଶତ ପୁତ୍ରକୁ ଦେବି ମୁଁ କିପରି ଜନମ

  ଜାଣିଛି ମୁଁ କେଉଁ ସୁର ଦିଅନ୍ତି ନାହିଁ ମିଛ ବର

  ଶେଷରେ ଯମରାଜ ତାଙ୍କ ଆଗେ ହାରିଗଲେ

 ଧନ୍ୟଧନ୍ୟ ତୁମେ ସତୀ ନତମସ୍ତକ କଲ ମୋତେ

   ଶ୍ବଶୁର ଙ୍କୁ ସିଂହାସନ ଆଉ ପତିଙ୍କୁ ପ୍ରାଣ

   ଦେଇ ସାବିତ୍ରୀ ହୋଇଲେ ସତୀ ମହାନ

   ଧନ୍ୟ ଧନ୍ୟ ତୁମେ ନାରୀ ଅଟ ନାରାୟଣୀ

 ତୁମ ପ୍ରେମ ଦେଖି ଦୁନିଆ ଆଜି ସାଜେ ସାବିତ୍ରୀ

  ନିଜ ପ୍ରାଣ ବାୟୁ ଯାଉ ପଛେ ମରୁତରେ ମିଶି

ପତି ପ୍ରାଣ ରହିଥାଉ ଏତିକି ସବୁ ନାରୀଙ୍କ ମିନତୀ ।


 


Rate this content
Log in

Similar oriya poem from Classics