ସାବିତ୍ରୀ ବର୍'ତ
ସାବିତ୍ରୀ ବର୍'ତ
ନନୀର୍ ମାଁ-
ସୁନତ ଗୋ ନନୀର୍ ବା
ଆଉଛେ ପରେ ସାବିତ୍ରୀ ବର୍'ତ
ମୋର୍ ଲାଗି ନୂଆଁ କପ୍'ଟା ଖଡେଁ
ଘିନି ନାଇଁ ଆନିଦେତ ।
ନନୀର୍ ବା-
କାଏଁ ବଏଲୁରେ ମାଏଝି
ଆଏଜ୍ କେନ୍ ଆଡେଁ ସୁରଜ୍ ଉଦ୍'ଲା
ଏନ୍ତା ମନ୍ ଘିନା କଥା କହୁଛୁ ଯେ
ମୋର୍ ଦିଲ୍ ବେହେଲିଗଲା ।
ନନୀର୍ ମାଁ-
ସତ୍ କହୁଛେ ତମ୍'କେ
ତମେ ହଁଗୋ ପରେ ମୋର୍ ସତ୍ୟବାନ୍
ତମର୍ ବିନା ଜୀବନ୍ ଛୁଛାଁ ଲାଗ୍'ବା
ହେଇଯିମି ହିନ୍'ମାନ୍ ।
ବାବୁର୍ ବା-
ପାସିରି ଦେଲୁନ କାଏଁ
କାଏଲ୍ ରାତିର୍ କଥା ଯେତେସବୁ
ମଦ୍ ଟିକେ ପି'କରି ଆସିଥିଲି ଯେ
ହେତେ କଥା ସୁନାବୁ ।
ନନୀର୍ ମାଁ-
ଛାଡି ଦିଅନ ସେ କଥା
କହେଲା ସୁରେ କହିଦେଲେ କାଏଁନ
ଟୁଣୁ ବାହାରି ପଡ୍'ଲା ଯାଏଁତାଏଁଟା
ମାଫ୍ କରିଦିଅ ଧନ ।
ବାବୁର୍ ବା-
ଲାଏଜ୍ ଲୁଜୁନା କରି
ଇଜତ୍ ମହତ୍ ଦେସୁ ସବୁ ସାରି
ମଦ୍ ଟିକେ ପିଇ ଘର୍'କେ ଆଏଲା
ବାଢୁନ୍'ଥି ଥିସୁ ମାରି ।
ନନୀର୍ ମାଁ-
ଯେନ୍'ଟା ଗଲା ଗଲା ତ
ଜୁହାର୍ କରୁଛେ ଗୋଡ୍ ତଲେ ପଡି
ସାବିତ୍ରୀ ବର୍'ତ ଆଉଛେ ପରେ ଗୋ
କେଭେ ଘିନିଦେବ ଶାଢି ।
ବାବୁର୍ ବା-
ଆର ମାସେ ଘିନୁଥିଲୁ
ଦସ୍ ହଜାର୍ ଟଁକା ଦେଇକରି
ଫେର୍ କେନୁ ପଏସା ଆନ୍'ମି କହଁ
ଘିନିଦେମି ଝାଏକରି ।
ନନୀର୍ ମାଁ-
ମୁଇଁ ନାଇଁ ଜାନେ କିଛି
କେନ୍'ତେଇ କରି ଘିନି ଆନିଦେବ
ଯେନ୍'ତେଇ ସେନ୍'ତେଇ ଉଧାର୍ କରି
ମତେ ଶାଢି ଘିନିଦେବ ।
ନନୀର୍ ବା-
ଚର୍'ଚରାବା କହେଲେ
ଦିହିଁ ଭିତର୍'କେ କଥା ଯିବା ଛିଗ୍'ଲି
ସାବିତ୍ରୀ ବର୍'ତ ପାଖ୍'କେ ଆଏଲେ
କଥା କହେସୁ କଏଲି ।
ନନୀର୍ ମାଁ-
ରାଗ୍ କାଏଜେ ହେଉଛ
ମୋର୍ ଧନ ମାଲି ମୋର୍ ସୁନା ଥାଲି
ମୋର୍ ଅନ୍ଧାର୍ ରାତିର୍ ଉକିଆଁ ବତି
ଶାଢି ଆନିଦେବ କାଲି ।
ବାବୁର୍ ବା-
ମରିଗଲେ ଭଲ୍ ହେତା
କହୁଥିସୁ ଟଏଟ୍'କେ ଫାଡି ଫାଡି
ମଦ୍ ପିଇକରି ଘର୍'କେ ଆଏଲେ
ଦେଖାସୁ କାଏଜେ ବାଡି ।
ନନୀର୍ ମାଁ-
ନାଇଁ ପାରି ହଏ ତମ୍'କେ
ଯେତେ ବୁଝାଲି ଭି ନାଇଁ ବୁଝ୍'ଲ
ମଦ୍ ପି କରି ନାଇଁ ଆଏବ କହେଲ
ଆର୍ ଅଏତ୍'କା ପିଇଲ ।
ବାବୁର୍ ବା-
ତୋର୍ କଥାକେ ମାନ୍'ଲି
କିରିଆ ଦେଉଛ ମଦ୍ ଛାଡି ଦେମି
ସାବିତ୍ରୀ ବର୍'ତ କଲେ କାଏଁ ହେବା
ଯେଭେ ହେଲେ ତ ମର୍'ମି ।
ନନୀର୍ ମାଁ-
ତମର୍ କଥାକେ ମାନ୍'ଲି
ତମେ ଜାଣା କହେବ ତାଣା କର୍'ମି
ସାବିତ୍ରୀ ବର୍'ତ କଲେ କାଣା ହେବା
ଯଦି ତମ୍'କେ ସୁଧୁରେଇ ନାଇଁ ପାର୍'ମି ।
ବାବୁର୍ ବା-
ହସୀ ଖୁସିରେ ରହେମା
ଆମର୍ ଜୀବନ୍ ଥିବା ଜାକର୍
ଦୁହିଁ ଜଣ ପଟିରଟିକରି ଥିମାବେଲେ
ମରନ୍'କେ କାଏଁ ଡର୍
ସାବିତ୍ରୀ ବର୍'ତ କଲେ
ନାଇଁ ହେଇଯାଆତ୍ କେହିଁ ଅମର୍ ।