STORYMIRROR

Satyabati Swain

Tragedy

3  

Satyabati Swain

Tragedy

ସ୍ୱପ୍ନା ମା କୃଷ୍ଣା

ସ୍ୱପ୍ନା ମା କୃଷ୍ଣା

1 min
347


ସ୍ୱପ୍ନା ମା କୃଷ୍ଣା 

ଦେଖିବାକୁ ଅସାମାନ୍ୟ ସୁନ୍ଦରୀ

ଯେ କେହି ପୁରୁଷର ଇପ୍ସିତ 

ନାରୀ ହେବାର ସୁନ୍ଦରତା

ଖୁନ୍ଦି ଖୁନ୍ଦି ଭରିଛି ଷଠି ଦୂତି।


ପତଳୀ 

ଗୋରା ଗାଲ,

କଥା କହୁ କହୁ ନାକ ସାଙ୍ଗେ ସାଙ୍ଗେ 

ରଙ୍ଗା ପଡିଗଲା କୃଷ୍ଣାର। 


ଆଖିରୁ ଯନ୍ତ୍ରଣା ଜମାଟ ବନ୍ଧା 

ଅମାନିଆଁ ଲୁହ ଗୁଡା ଗଳି ପଡିଲେ

ବର କୋଳିଆ ଟପ୍ ଟାପ୍ ବର୍ଷା ପରି।


ସୁଉଁ ସୁଉଁ ନାକ

 ଓଦା ଆଖି ପୋଛି ପକାଇ 

 ସେ କେବଳ ଏତିକି କହିଲେ ମୁଁ ବା କୃଷ୍ଣା !! 

 କେଉଁ ଯୁଗରେ କୃଷ୍ଣାଙ୍କ 

 ସୁଖ କିମ୍ବା ଆତ୍ମସମ୍ମାନ ଥାଏ କି ମାମ୍ !


ସ୍ୱପ୍ନା ମା କୃଷ୍ଣା 

ଯେ ଅଶିକ୍ଷିତ ନୁହେଁ 

ଏଇ ଗୋଟିଏ ଧାଡ଼ି ସାବ୍ୟସ୍ତ କରୁଥିଲା।


ସାତ ଭାଇ ସହ ଶାଶୁ ଶଶୁର

ଖଟିଲେ ଖାଆନ୍ତି

ବଖୁରିଏ ଘର 

ତା ସ୍ୱାମୀକୁ ଛାଡି

ଛଅ ଜଣ ବୟସ ହୋଇଥିବା ପୁରୁଷ 

ପୁଣି ଶାଶୁ ଶଶୁର 

ଘରେ ଶୁଆ ବସା କରିବାରେ ଖୁବ୍ ଅସୁବିଧା।


ସବୁ ଅସୁବିଧା ଭିତରେ

ଦିଅର ମାନଙ୍କର ଭାଉଜ ପ୍ରତି ଲୋଲୁପ ଦୃଷ୍ଟି 

ଅତି ଅସହଣୀୟ।

ରାତି ଅଧରେ 

ବଡ଼ ଭାଇର ଅନୁପସ୍ଥିତରେ

ଟଣା ଓଟରା ହୁଏ କୃଷ୍ଣା।


ସବୁ ଯୁଗରେ

କୃଷ୍ଣା ମାନେ କଣ ବସ୍ତୁ !!

ସେମାନେ ମଣିଷ ମାନ୍ୟତା ପାଇବେ କେବେ ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy