ସ୍ୱପ୍ନ କଣ ସତ ହେବ
ସ୍ୱପ୍ନ କଣ ସତ ହେବ
ତୁମକୁ ପାଇବାର ଯେଉଁ ସ୍ୱପ୍ନ ମୁଁ ଦେଖୁଛି
ତାହା କଣ କେବେ ସତ ହେବ
ନା' କେବଳ କୁହେଳିକା ମୟ ଆଶା ର ଆକାଂକ୍ଷାର ସ୍ୱପ୍ନ ଭିତରେ
ମୁଁ ନିଜକୁ ହେଜାଇ ଚାଲିଛି।
ଜାଣିଛ.............
ଏକ ଏକା ବସି କେତେ କଣ ଭାବନା ନେଇ
ଗଢି ତୋଳେ ସପନର ସହର
ଆଉ ସେହି ସହରରେ
ତୁମେ ମୋର ଅତି ଆପଣାର ମଣିଷ
ତୁମ ସାଥିରେ ନିତି ଦେଖା ହୁଏ
କିନ୍ତୁ ମୁଁ ନିରବ ରୁହେ
ଇଛା ଥିଲେବି କିଛି କହି ପାରେନାହିଁ।
ଶୁଣୁଛ............
ମୁଁ' ଯାହା କହୁଛି ଏଠୁ ଥାଇ
ତୁମେ ଶୁଣି ପାରୁଛ ନା..
ମୋ' କଥା ଶୁଣି ସାରି
ତୁମ ହୃଦୟର ସ୍ପନ୍ଦନର ଗତି
ତୀବ୍ର ହେଉଛି ନା.....
ତୁମେ ବି' ମୋତେ ତୁମ ମନର ମାନସୀ ସଯାଇଛ ନା....
ଯେମିତି ମୁଁ' ତୁମକୁ ସପନର ରାଜ କୁମାର
ସଜାଇଛି ପୀରତି ରାଇଜରେ।.....
ଆରେ ତୁମକୁ ପଚାରୁଛି......
କହୁନ......
ସତରେ କଣ ମୋର ଏ' ସ୍ଵନ ସତ ହେବ
ସତରେ କଣ ତୁମ ବାହୁ ଝୁଲଣ ରେ ଝୁଲିକି
ଦେଖିବି ଦୂର ଆକାଶରେ
ଲୁଚି ଯାଉଥିବା ଜହ୍ନ ଟିକୁ...
ଆଉ ଜିଦି କରି ଗଣି ବସିବି
ତାରା ଫୁଲ ଗୁଡାକୁ
ଜାଣେନା ସ୍ୱପ୍ନ ମୋର ସତ ହେବ
କି.... ସ୍ୱପ୍ନ ମୋର ସ୍ୱପ୍ନରେ ରହିଯିବ
କେବଳ ମାନସ ପଟରେ
ଆଉ ଝରି ପଡିବ ଦୁଈ ଆଖିରୁ
ଅଶ୍ରୁ ବିନ୍ଦୁ ହୋଇ ସାରା ଜୀବନ ପାଇଁ।

