ସ୍ୱାର୍ଥପର
ସ୍ୱାର୍ଥପର
ସଭିଏଁ କହନ୍ତି ମୁଁ ଅଟେ ସ୍ୱାର୍ଥପର
କାହିଁକି ବନ୍ଧୁ ମୋ ତୁମେ ଜାଣ
ମନ ରଖିବାକୁ କହେନାହିଁ କଥା
କହିଦିଏ ସତ୍ୟ, ଅଟେ ତାହା ଟାଣ ।।
ନିମ୍ବ ଭଳି ମୋର ଗୁଣ ଯେ ଅଟଇ
ପାଟି କୁ ପିତା ଓ ଦେହ କୁ ହିତ
ହେଲେ ଚିନି ଭଳି କଥା କହିପାରେନା
ସେଥି ପାଇଁ କେହି ନୁହନ୍ତି ମିତ ।।
ଛଳନା କରେନି କାହା ସାଙ୍ଗରେ ମୁଁ
ସାମର୍ଥ୍ୟ ସହିତ କରେ ସାହାଯ୍ୟ
ହେଲେ ବଦ ଖର୍ଚ୍ଚ ରୋକି ଦିଏ ବୋଲି
ସ୍ୱାର୍ଥପର ନାମେ ମୁଁ ପରିଚିତ ।।
ହଁ ହେଲେ ପଛେ ହୁଏ ମୁଁ ସ୍ୱାର୍ଥପର
କିନ୍ତୁ କରିପାରିବିନାହିଁ କ୍ଷତି କାହାର
ଚିନ୍ତିବି ଶୁଭ ସଭିଙ୍କର ଦିବା ନିଶୀର
ସ୍ୱାର୍ଥ ମୋ କଣ ତାହା ଜାଣନ୍ତି ଈଶ୍ୱର ।।