STORYMIRROR

Ambuja Mohanty

Abstract Drama Others

3  

Ambuja Mohanty

Abstract Drama Others

ସ୍ୱାର୍ଥପର

ସ୍ୱାର୍ଥପର

1 min
263

ସଭିଏଁ କହନ୍ତି ମୁଁ ଅଟେ ସ୍ୱାର୍ଥପର

କାହିଁକି ବନ୍ଧୁ ମୋ ତୁମେ ଜାଣ

ମନ ରଖିବାକୁ କହେନାହିଁ କଥା

କହିଦିଏ ସତ୍ୟ, ଅଟେ ତାହା ଟାଣ ।।

ନିମ୍ବ ଭଳି ମୋର ଗୁଣ ଯେ ଅଟଇ

ପାଟି କୁ ପିତା ଓ ଦେହ କୁ ହିତ

ହେଲେ ଚିନି ଭଳି କଥା କହିପାରେନା

ସେଥି ପାଇଁ କେହି ନୁହନ୍ତି ମିତ ।।

ଛଳନା କରେନି କାହା ସାଙ୍ଗରେ ମୁଁ

ସାମର୍ଥ୍ୟ ସହିତ କରେ ସାହାଯ୍ୟ

ହେଲେ ବଦ ଖର୍ଚ୍ଚ ରୋକି ଦିଏ ବୋଲି

ସ୍ୱାର୍ଥପର ନାମେ ମୁଁ ପରିଚିତ ।।

ହଁ ହେଲେ ପଛେ ହୁଏ ମୁଁ ସ୍ୱାର୍ଥପର

କିନ୍ତୁ କରିପାରିବିନାହିଁ କ୍ଷତି କାହାର

ଚିନ୍ତିବି ଶୁଭ ସଭିଙ୍କର ଦିବା ନିଶୀର

ସ୍ୱାର୍ଥ ମୋ କଣ ତାହା ଜାଣନ୍ତି ଈଶ୍ୱର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract