STORYMIRROR

baishnaba meher

Abstract

2  

baishnaba meher

Abstract

ସ୍ୱାର୍ଥ

ସ୍ୱାର୍ଥ

1 min
121

ହେ ନିର୍ଦୟୀ ସ୍ବପ୍ନମାନେ

କାହିଁକି ମତେ କର ବିବ୍ରତ

ଶାନ୍ତ ଚିତ୍ତେ ଶୋଇଥିଲି,

କିଛି ସମୟ ଶୋଇବାକୁ ଦିଅ


ଆଖି ଆଜି ଦେଖିଛି

ସମ୍ପର୍କର ମିଛି ମିଛିକା ପ୍ରତିଶୃତି,

କାହାକୁ ଫଗୁ-ରଙ୍ଗ ବୋଳି,

ଅନ୍ୟକୁ କରିଛି ବରଷାର ସାଥି

ପଙ୍କ ତଳୁ ପଦୁଅଁ

ବିଚଳିତ ଆଜି ତପନ ପ୍ରତିକ୍ଷାରେ,

ହେଲେ

କାହିଁକି ଘନ ବାଦଲ,

ମଧୁର ପ୍ରେମେ ବ୍ୟାଘାତ ଦିଏ


ସ୍ୱ-ସ୍ୱାର୍ଥେ ଆଜି ମଣିଷ

ହରେଇବସେ ନିଜ ସର୍ବସ୍ୱ,

ରକ୍ତ ସମ୍ପର୍କକୁ କରେ

ନିମିଷକ ମଧ୍ୟେ ନାରଖାର

ହିଂସ୍ର ଜନ୍ତୁଟିଏ ପରି,

ହୋଇଯାଏ ଉଦ୍ଧତ, ମାତାଲ,

ବୁଝେ ନାହିଁ ସେ

କିଏ ଆପଣା କିଏ ପର


ଆହୁରି ଦେଖେ

ଅହଂକାରେ ଅନ୍ୟକୁ ପଛେଇ,

କପଟେ ଆଗକୁ ବଢିବାର ପ୍ରୟାସ,

ମିଛ ପ୍ରତିଶୃତି ଦେଇ,

ଅନ୍ୟଙ୍କୁ ଭୁଆଁ ବୁଲେଇବା ଇଛା

ପର-ଦୁଃଖେ ସାହା ନହୋଇ,

"କଟା ଘା'ରେ ଚୁନ ଡାଳିବା",

ଏ ମୋହଭରା ଦୁନିଆର

ଯେମିତି ସବୁ ଦିନିଆ ପରମ୍ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract