STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସ୍ୱାର୍ଥ

ସ୍ୱାର୍ଥ

1 min
305

ତୁମେ ନିଜକୁ ନିଜେ ଅଚିହ୍ନl ହୋଇ

ସାରା ଦୁନିଆକୁ ମୁଖା ପିନ୍ଧାଇବାର ପାପ

ଆଉ କେତେଦିନ ପାଇଁ ଚୁକ୍ତି କରିଛ

ତୁମ ମୁରୁକି ହସରେ ମୃତ୍ୟୁର ଫାସ ଲୁଚାଇବାର

ଅଭିନବ ପ୍ରତିଭାର କଣ ଅନ୍ତ ନାହିଁ

ମୁଁ ତୁମ ଚରିତ୍ରକୁ ଘୃଣା କରେ ବୋଲି ଅଭିମାନ କରିବନି

ତୁମେ ତ ଦୁଶ୍ଚରିତ୍ରା

ତୁମ ମିଥ୍ୟା ଅଭିନୟ ଚାତୁରୀରେ କିଏ ବା ନ ହାରିଛି

ପାପୀ ତୁମେ, ଖଳନାୟକ ଓ ଅତ୍ୟାଚାରୀ ବି

ଭାବନାର ମୂଲ୍ୟ ତୁମେ କି ବୁଝିବ

କୋହଭରା ନିରୀହ ଆଖିର ଲୁହରେ ଥରେ ଭିଜିକି ଦେଖ

ଜାଣିବ ସ୍ନେହ ଓ ଭଲପାଇବାର ସୁଖ

ବେଦରଦୀ, ନୀଚମନl ହୋଇ

ଆଉ ଅପମାନିତ ହୁଅ ନାହିଁ

ବେଳ ଥାଉ ଥାଉ ସୁଧୁରିଯାଅ


ଅମଣିଷ ତୁମେ ଓ ଅସାମାଜିକ ବି

ଫେରିଯାଅ ତୁମେ

ଅନଳ ନିଆଁରେ ଭସ୍ମ ହୋଇ

ନଷ୍ଟ ହୁଅ ବିପଥଗାମୀ ହୋଇ

ଏ ସମାଜକୁ ଧ୍ୱଂସ କରିବା ଆଗରୁ

ହେଉ ତୁମ ପରଲୋକ

ପାଅ ନରକଗତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract