ସ୍ୱାର୍ଥ
ସ୍ୱାର୍ଥ
ତୁମେ ନିଜକୁ ନିଜେ ଅଚିହ୍ନl ହୋଇ
ସାରା ଦୁନିଆକୁ ମୁଖା ପିନ୍ଧାଇବାର ପାପ
ଆଉ କେତେଦିନ ପାଇଁ ଚୁକ୍ତି କରିଛ
ତୁମ ମୁରୁକି ହସରେ ମୃତ୍ୟୁର ଫାସ ଲୁଚାଇବାର
ଅଭିନବ ପ୍ରତିଭାର କଣ ଅନ୍ତ ନାହିଁ
ମୁଁ ତୁମ ଚରିତ୍ରକୁ ଘୃଣା କରେ ବୋଲି ଅଭିମାନ କରିବନି
ତୁମେ ତ ଦୁଶ୍ଚରିତ୍ରା
ତୁମ ମିଥ୍ୟା ଅଭିନୟ ଚାତୁରୀରେ କିଏ ବା ନ ହାରିଛି
ପାପୀ ତୁମେ, ଖଳନାୟକ ଓ ଅତ୍ୟାଚାରୀ ବି
ଭାବନାର ମୂଲ୍ୟ ତୁମେ କି ବୁଝିବ
କୋହଭରା ନିରୀହ ଆଖିର ଲୁହରେ ଥରେ ଭିଜିକି ଦେଖ
ଜାଣିବ ସ୍ନେହ ଓ ଭଲପାଇବାର ସୁଖ
ବେଦରଦୀ, ନୀଚମନl ହୋଇ
ଆଉ ଅପମାନିତ ହୁଅ ନାହିଁ
ବେଳ ଥାଉ ଥାଉ ସୁଧୁରିଯାଅ
ଅମଣିଷ ତୁମେ ଓ ଅସାମାଜିକ ବି
ଫେରିଯାଅ ତୁମେ
ଅନଳ ନିଆଁରେ ଭସ୍ମ ହୋଇ
ନଷ୍ଟ ହୁଅ ବିପଥଗାମୀ ହୋଇ
ଏ ସମାଜକୁ ଧ୍ୱଂସ କରିବା ଆଗରୁ
ହେଉ ତୁମ ପରଲୋକ
ପାଅ ନରକଗତି