STORYMIRROR

Sumitra Nayak

Tragedy

3  

Sumitra Nayak

Tragedy

ସ୍ୱାଗତ କି ହେବ

ସ୍ୱାଗତ କି ହେବ

1 min
285

ସେ କନ୍ୟା ସନ୍ତାନ  

    ତାର ସ୍ୱାଗତ କି ହେବ..?

ଧରିତ୍ରୀ ପୃଷ୍ଠକୁ 

    ସେ ଆସି କି ପାରିବ...?? 

ବୋଧେ ଅନ୍ତରେ 

    ତାର ମୃତ୍ୟୁ ହୋଇଯିବ..!! 

ଭୃଣ ଅବସ୍ଥାରେ 

     ତାକୁ ନଷ୍ଟ କରାଯିବ .....!! 

କାଳକେ ରହିଛି 

    ଏ ପରମ୍ପରା ଭୀତ.... ।।

କନ୍ୟା ଏକ ନୀଚ 

    ନୀଚ ଧାରଣା ସଙ୍ଗତ...।।

ସର୍ବେ ମନ ରେ 

    ଏହା କାହିଁକି ଭାଳନ୍ତି.....??

କନ୍ୟାକୁ ଏତେ

    ନୀଚ ତୁଚ୍ଛ ମାନୁଛନ୍ତି...!!

ସେ କି ନ ହୋଇବ

    ପୁରୁଷର ସମକକ୍ଷ....!!

ନକରି କି ପାରିବ

    ପୂର୍ଣ୍ଣ ମହତ୍ତ୍ଵ ଉଦ୍ଦେଶ୍ୟ...?? 

କାହିଁକି କର ଏହି 

    ଅପ୍ରୀତିକର କାର୍ଯ୍ୟ....?? 

କଅଁଳ କନ୍ୟା ଶିଶୁର 

     ଭକ୍ଷକ ଯେ ସାଜ....?? 

ବିବାହ ପାଇଁ କିମ୍ବା 

     ପାଳନ ପୋଷଣ ପାଇଁ....!! 

କାରଣ ଯେ କଣ 

     ନା କଳୁଷିତ ସେହି...!! 

ଶିଶୁ ଯେ ଅଟଇ 

     ଭଗବାନଙ୍କ ରୂପ.... ।।

ଏହା ଜାଣି ମଧ୍ୟ 

     ତୁମେ କର ପାପ... ।।

ବଦଳାଅ ସର୍ବେ ଯେ 

       ଏ ନୀଚ ଭାବନା... ।।

କନ୍ୟା ନୁହଁଇ ଯେ 

      ପାପର ସାଧନା..... ।।

ଅଟେ ସେହି ଦୂର୍ଗା କାଳୀ 

     ଲକ୍ଷ୍ମୀ ସରସ୍ଵତୀ.... ।।

ମାଆ କାହାର ତ ସ୍ତ୍ରୀ 

      କିମ୍ବା ଭଉଣୀ ସାଥୀ .... ।।



Rate this content
Log in

Similar oriya poem from Tragedy