STORYMIRROR

Kalpana Satpathy

Abstract Inspirational Children

3  

Kalpana Satpathy

Abstract Inspirational Children

ସ୍ୱାଧୀନ ନାୟକ ତୁମେ ସୁବାଷ

ସ୍ୱାଧୀନ ନାୟକ ତୁମେ ସୁବାଷ

1 min
14

ମାଟିରୁ ମୁଠାଏ ମମତା ସାଉଁଟି

କରିଥିଲ ବଜ୍ର ଶପଥ

ମାଟି ମା ର ସବୁରି ସ୍ଵପ୍ନକୁ

ରଖିଥିଲ ନିଜ ହାତରେ ଅକ୍ଷତ।

କଁଅଳ ଶିଶୁ ର ଦରୋଟି ହସକୁ

ଘୋଡାଇ ରଖିଥିଲ ତିକ୍ତ ପଣତେ

ଅତୀତ ବର୍ତ୍ତମାନ ଭବିଷ୍ୟ

ଆତତାୟୀ ଆକ୍ରମଣ

ନିମିଷକେ ହୁଏ ଓଲଟ ପାଲଟ

ଯେତେ ଗାଣିତିକ ସୂତ୍ରେ।

ପୋଷ ପୋଷ ତତଲା ରକ୍ତ ଛିଟାରେ

ଶୁଭୁଥିଲା ଯେତେବେଳେ କରୁଣ ଚିତ୍କାର

ଦିଲ୍ଲୀ ଚଲୋ ଡାକରାରେ

ଡକା ପଡୁଥିଲା ପ୍ରତିଧ୍ୱନିତ

ହେଉଥିଲା ଦେଶ ମାତୃକାର।

ନିଜ ରକ୍ତ ମାଂସ ବିନିମୟେ

ଦେଶ ମାତୃକାର ବିଜୟ ପାଇଁ

କରି ଦେଇଥିଲେ ପଣ

ଅଦମ୍ୟ ସାହାସେ ଧସେଇ ଚାଲିଥିଲ

ରଖି ଦେଶ ଜାତିର ଟାଣ।

ଚିର ସ୍ମରଣୀୟ, ଚିର ବନ୍ଦନୀୟ

ତୁମେ ସ୍ଵାଧୀନ ନାୟକ ସୁବାଷ

ଆଞ୍ଜୁଳା ଆଞ୍ଜୁଳା ଶ୍ରଦ୍ଧାଞ୍ଜଳୀରେ

ପୁରି ଉଠୁ ତୁମ ମୂର୍ତ୍ତି ପାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract