Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarmistha Palai

Abstract

4  

Sarmistha Palai

Abstract

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
352


ମୋ ଦେଶ ମହାନ

ଯାହାର ପାଦ ଧୋଇକି

ଗଙ୍ଗା ନଦୀ ବୋହି ଯାଉଛି

ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ

ବିସ୍ତୀର୍ଣ୍ଣ ଯାହାର ସୀମା

ସେଇ ମୋ ଭାରତ ଭୂଇଁ

ଯାହାର କୋଳରେ ଜନ୍ମ ନେଇଛନ୍ତି କେତେ କେତେ

ଯୋଗ ଜନ୍ମା ମୁନି ଋଷି, ପଣ୍ଡିତ, ବିଦ୍ୱାନ

ଦେଶ ପ୍ରେମୀ, ବିପ୍ଲବୀ, ସଂଗ୍ରାମୀ

ବୀର ସୈନିକ ଏମିତି ଅନେକ ମହାନ ବୀର।

ନିଜ ଜୀବନକୁ ବାଜି ଲଗେଇକି

ଦେଶ ମାତୃକା ପାଇଁ ଭିଟା ମାଟି ଛାଡଛନ୍ତି

ଶତ୍ରୁ ମାନଙ୍କୁ ମାରିଛନ୍ତି ଏବଂ ନିଜେ ମଧ୍ୟ ସହିଦ ହୋଇଛନ୍ତି

ସେମାନଙ୍କର ବୀରତ୍ୱ କାହାଣୀ ଅବିସ୍ମରଣୀୟ।


ଜାତିର ପିତାଙ୍କ ଅହିଂସା ନୀତି

ଦେଶକୁ ସ୍ୱାଧିନତା ଆଣିଦେଲା

ଇଂରେଜ ମାନଙ୍କ କବଳରୁ ମୁକ୍ତି ମିଳିଲା

ସୁଭାଷ ବୋଷ, ଲାଲା ଲାଜପତ ରାୟ, ବାଜିରାଓ

ଏହି ପରି ଅନେକ ସଂଗ୍ରାମୀଙ୍କ ପାଇଁ ଆମେ ଆଜି ସ୍ୱାଧୀନ।

୧୯୪୭ ମସିହା ଅଗଷ୍ଟ୧୫ତାରିଖରେ ଦେଶ ସ୍ଵାଧୀନ ହେଲା

କିନ୍ତୁ୧୯୪୭ ମସିହା ଜୁଲାଇ ୨୪ ତାରିଖରେ 

ଆମ ତ୍ରିରଙ୍ଗା ଜନ୍ମ ନେଲେ।

ତିନୋଟି ରଙ୍ଗ ଶାନ୍ତି, ମୈତ୍ରୀ, ପ୍ରୀତିର ପ୍ରତୀକ

ମଝିରେ ଅଶୋକ ଚକ୍ର।

ଏଇ ମୋ ଭାରତ ବର୍ଷ ଯାହାର

ମହିମାର ଗାଥା ଅବର୍ଣ୍ଣନୀୟ।


Rate this content
Log in

Similar oriya poem from Abstract