ସ୍ୱାଧୀନ ଭାରତ
ସ୍ୱାଧୀନ ଭାରତ
ସ୍ୱାଧୀନ ହୋଇଛି ଭାରତ ବର୍ଷ
ନାହିଁ ତା'ର ସ୍ୱାଧୀନତାର ରୂପ
ରକତ ଶୋଷା ଯାଏ ଏଠି ଦୁର୍ବଳ ଦେହକୁ
ଆଖିରୁ ଝରାଏ କେତେ ଲୁହ
ନାରୀ ନାହିଁ ତା'ର ସ୍ୱାଧୀନତା
ଯେଉଁ ଆଡେ ଗଲେ ଦେହଜ୍ୱାଳା
ପୁରୁଷପଣ ଖାଲି ମୁଖରେ ପ୍ରଶଂସା ଦିଏ
ପଛରେ କରେ ଦୁଷ୍କର୍ମ ଚିନ୍ତା
ଗାନ୍ଧିଜୀ ସପନ ଅଧାରେ ରହିଯାଏ
ମାନବ ପଶୁତ୍ୱ ଗୁଣ ବରଣ କରେ
ପଇସା, ଟଙ୍କା ଆଗରେ ଧାଇଁ
ମାନବିକତାକୁ ଭୁଲେ
କଥା କହିବାର ନ୍ୟାୟ ଦିଏନି କ୍ଷମତା
ସତକଥା ଗୁମର ଖୋଲିଦେଲେ
ଦୁନିଆ କହେ ମିଛ ଅପରାଧ କଥା
ଧନୀ ଆଇନକୁ ଦ୍ୱାହିଦେଇ
ଶ୍ରମିକକୁ କରେ ନିରୀହ ଶୋଷଣ
ବଡ଼ପଣ ଦେଖାଇ ଗରିବ ଆଗରେ
ମିଛ ପରଦା ଢାଙ୍କେ
ଅସଲ ଚାଷୀ ପାଏନା ଦାନା
ମନ୍ତ୍ରୀ କହେ - "ଚାଷୀ ହସିଲେ ଦୁନିଆ ହସିବ "
କିନ୍ତୁ ଚାଷୀ ହସିପାରେନା
ବୋଝକୁ ନେଇ କରେ ଆତ୍ମହତ୍ୟା
ଏଇତୋ ସ୍ୱାଧୀନ ଭାରତର କଥା l
#ଫ୍ରି-ଇଣ୍ଡିଆ