STORYMIRROR

Pranati Panda

Tragedy

3  

Pranati Panda

Tragedy

ଅପରିଚିତା

ଅପରିଚିତା

1 min
213


ସବୁ ସୁଖ ଦୁଃଖ କଳାଜାଈ ପରି

ରହେ ଓଠେ ଆଖି ତଳେ ,

ମିଛ ଜୀବନର ବ୍ୟାକୁଳ ପଣକୁ

ତିଳ ତିଳ କରି ଜାଳେ ।୧।


ଇଚ୍ଛିତ ଅଭିପ୍ସା ପୋତି ହୋଇଯାଏ 

ଜଞ୍ଜାଳ ସୁଖ ଦୁଃଖରେ , 

ସ୍ତବ୍ଧ ଓ ନିଷ୍ପ୍ରାଣ ଆଲୋକ ବିହୀନ 

ନିରାସକ୍ତ ଇଲାକାରେ ।୨।


ନିରୁତ୍ତର ହୋଇ ପ୍ରଶ୍ନ ଫେରିଆସେ

ମୁକ ମୁଁ' ପାଲଟି ଯାଏ ,

ଇନ୍ଦ୍ରିୟ ଶକ୍ତି ମୋ ଲୋପ ପାଇଯାଏ

"ଅପରିଚିତା" ମୁଁ ' ହୁଏ ।୩।


ବିଶ୍ୱାସ ! ମଣିଷକୁ ସ୍ବପ୍ନ ଦେଖାଏ

ଭଲ ପାଇବା ଶିଖାଏ ,

ଅସହାୟତାର ଦାରୁଣ ଆଘାତ

ବହୁଦୂରେ ନେଇଯାଏ ।୪।


ଅସ୍ଵାଭିକତାର ଅବରୋଧ କ୍ରୋଧ

ତୀକ୍ଷ୍ଣ ଛୁରୀ ପରି କାଟେ ,

ଫୁଟନ୍ତା ଜଳର ତାତିକି ନିମନ୍ତ୍ରି

ବାଷ୍ପ ରୁଦ୍ଧ ହୋଇ ଉଠେ ।୫।


ଯେଉଁଠି ଲୁହରେ ଲେଖିବାକୁ ମନା

ନିଖୁଣ ଅଭିନୟରେ ,

ଅବୁଝା ପଣରେ ବାନ୍ଧିହୁଏ ମନ

ବିଶ୍ବାସ ସାଉଁଟିବାରେ ।୬।


ଉଦାସ ଛାତିରେ କିଛି ରହିଯାଏ

ଶ୍ୱାସରୁଦ୍ଧ ଆବେଗରେ ,

ଛାତି ତଳ କୋହ ଦୀର୍ଘଶ୍ୱାସ ହୋଇ

ମିଶଇ ମହାଶୂନ୍ୟରେ ।୭।


       


Rate this content
Log in

Similar oriya poem from Tragedy