STORYMIRROR

Pranati Jena

Tragedy Others

3  

Pranati Jena

Tragedy Others

ଅହ୍ୟ ଡେଙ୍ଗୁରା

ଅହ୍ୟ ଡେଙ୍ଗୁରା

1 min
222


    


ଅଧର୍ମ ଘୋର ଏ ସଂସାର ପଥରେ

ଧର୍ମ ଦାଣ୍ଡେ ଠିଆ ହୋଇ,

ଦୁଃଖ, ଜର୍ଜରିତ ମାୟାର ସଂସାରେ

ତୁମ ପଥଧାରେ ରହି....


ଅଳିକ ସଂସାର କାମନା ବଣରେ

ତୁମେ ପଥ ପ୍ରଦର୍ଶକ,

ସିମନ୍ତିନି ଶୋଭା ଶେଷ ଜୀବନରେ

ହେଉ ମୋର ସେ ସୌଭାଗ୍ୟ.....


ପୂଣ୍ୟପାରାବାର ଶ୍ରେଷ୍ଠ କଳାକାର

ମାଗିନି ବିଭବ କେବେ,

ଦୟାର ସାଗର ଇଚ୍ଛାରେ ତୁମର

ଇଚ୍ଛା ମୋର ଏଇ ଭବେ......


ଆଜିର ମାଗୁଣି ହୋଇବି ରେ ଋଣୀ

ପ୍ରାପତ କରିବ ମର୍ମେ,

ଶେଷଜୁଇ ପରେ ଜୟ, ଜୟ ଗାଇ

ଶେଷ ଯାତ୍ରାରେ ଅନ୍ତିମେ.....


କେତେ ମୁଁ ପାଇଲି କେତେ ହରାଇଲି

ହିସାବ ରଖିନି ପ୍ରଭୁ,

ସଞ୍ଜ ସକାଳେ ମୁଁ ପଣତ ପାତିଛି

ତୁମ ରଥେ ଘେନିବାକୁ......


ସଂସାରକୁ ଆଣି ସଂସାରଟେ ଦେଲ

ହୃଦୟ କୋମଳ କରି,

ତୁମପଥେ ନେଇ ଯନ୍ତ୍ରଣା ଭରିଲ

ନାବିକ ତୁମେ ହିଁ ହରି.....


ସବୁ ତୁଚ୍ଛପ୍ରାୟେ ଏକା ହରିଲୟେ

ଦିନ ମୁଁ କାଟିଲି ଯାହା,

ଶେଷ ଜୀବନ କୁ ମାଗୁଣି ପୟରେ

ଘେନା ହେଉ ଲକ୍ଷ୍ମୀନାହା......


ଅହ୍ୟ ଡେଙ୍ଗୁରା ରେ ସିନ୍ଦୁର ଅଳିତl

ଶଙ୍ଖା, ସିନ୍ଦୁର ରେ ଶୋଭା,

ମୋ ପତି କାନ୍ଧ ରେ ସାଥେ ତୁମେ ସାହା

ଆତ୍ମାର ପ୍ରାର୍ଥନା ଯାହା...


ଖଈ, କଉଡ଼ି ମୋ ଅହ୍ୟ ରଙ୍ଗ ନେଇ

ପଞ୍ଚ ମୁରୁଜ କୁ ବୁଣି,

ଚାଲିଯିବି ପ୍ରଭୁ ଏ ସଂସାର ଦେଇ

ତୁମରି ସାଥିରେ ଫୁଣି....


ଅହ୍ୟ ନାରୀ ବୋଲି ଶଙ୍ଖ ହୁଳହୁଳି

ଚମକୁଥିବ ମୋ ଦାଣ୍ଡ,

ଯାହା ଯନ୍ତ୍ରଣା ମୁଁ ଏଠାରେ ଭୋଗିଲି

ଶେଷ ଯାତ୍ରା ବଡ଼ଦାଣ୍ଡ.....


ଅଛ ପାଶେ ମୋର ଅନୁଭବେ ସାର

ଶେଷ ବେଳେ ଦେବ ଦେଖା,

ତୁଳସୀ, ନିର୍ମାଲ୍ୟ ଶେଷେ ଏ ତୁଣ୍ଡର

ଆତ୍ମ ନିବେଦନ ସଖା.......


ପୁତ୍ରପଣ ସତେ ଅହୋଭାଗ୍ୟ ହୋଇ

ଅନ୍ତିମ ସମୟେ ମୋର,

ଆଖି ଲୁହଧାର ପୋଛିରେ କୋଳେଇ

କୋଳ ଝୁଲଣା ଭାଗ୍ୟର......


ସ୍ୱାମୀ, ପୁତ୍ର, ଝିଅ ସଂସାର କର୍ମକୁ

ଭାଗ୍ୟ ଦେଲ ଯାହା ତୁମେ,

ନିରବ ସମ୍ମତି ତୁମେହିଁ ହୃଦୟୁ

କରିଲି ମୁହିଁ ନିଷ୍କାମେ......


ପଦ୍ମପତ୍ର ରୂପୀ ସଂସାର ଜଳଧି

 କର୍ମ ମୋର ଜଳଧାର,

ଏକା ହେ ସାରଥୀ ଏ ଜୀବନ ରଥି

ଏତିକି ମାଗୁଣି ମୋର.....


ଏଇ ଭାଗ୍ୟ ଦେବ ଜଗନ୍ନାଥ ସ୍ୱାମୀ

ଶ୍ରୀ ପଦେ ମିନତୀ ମୋର,

ନିରନ୍ତର ଭାବ ଆହେ ଅନ୍ତର୍ଯ୍ୟାମୀ

ସ୍ୱୀକାର ଅନ୍ତରୁ କର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy