STORYMIRROR

Bijay Prusty

Tragedy

3  

Bijay Prusty

Tragedy

ଆଲୋକର ପଛପାଖ

ଆଲୋକର ପଛପାଖ

1 min
148


ତୁମେ ଏକ ଜୁଆରିଆ ନଈ

ବହିଗଲା ବେଳେ 

କେବେକ'ଣ ଦେଖିବାକୁ ଚେଷ୍ଟା କରିଛ

କେତେବାର କୂଳ ଲଙ୍ଘିଛ ବୋଲି,

କେତେ କେତେ ଅତଡା ଖସିଛି

ତୁମ ଆଘାତରେ

ସେ ମାଟି ଗୋଡି ପଥର ହେଉ କି

କଅଁଳିଆ ଛାତିଟିଏ ହେଉ

ସମସ୍ତେ ସମାନ ହୋଇ ଯାଇଛନ୍ତି 

ତୁମପାଇଁ I

ଅମଡା ବାଟରେ ମାଡି ଯିବା

ଯେମିତି ତୁମର ଏକମାତ୍ର ଅଭିପ୍ରାୟ,

ଆଉ ଯେତେବେଳେ ଭଟ୍ଟା ଆସେ

'ମୁଁ ଦେଖିଛି ତୁମର ସେ ଅସହାୟ ରୂପ

ସତରେ କେତେ ନିରିହ ପାଲଟିଯାଅ ତୁମେ

ବାସ୍ତବତା ଛୁଇଁ ଯାଉଥାଏ ତୁମକୁ

ସେ ଉଦ୍ଦାମତା 

ଧିରେ ଧରେ ହଜି ଯାଉଥାଏ I

ସେଥିପାଇଁ ତ ମୁଁ ବାରମ୍ବାର କୁହେ

ମୋ କଥା ମାନି

ଭୂଇଁରେ ପାଦ ରଖି ଚାଲିବାକୁ I

ଠିକ୍ ଭୂଲର ହିସାବ କରି

ଆଉ କି ଲାଭ ପାଇବ ? 

ଜୀବନକୁ ଅନୁଭବ କରି ଶିଖ

ସମୟ କ'ଣ କେବେ ପଛକୁ ଫେରେ ?

      


Rate this content
Log in

Similar oriya poem from Tragedy