STORYMIRROR

Alok kumar Pandit

Romance Tragedy

3  

Alok kumar Pandit

Romance Tragedy

ମଲା ଜହ୍ନ

ମଲା ଜହ୍ନ

1 min
238

ମଲା ଜହ୍ନ ମୁସ୍କିଲ ହେଇଗଲା ଜୀବନ ଜୀଇଁବା

        କରିଦେଲ ମୋତେ ଏକା ll

ନୀଳ କଇଁ ହୋଇ କାହାଣୀରେ ମୋର

         ସାଜି ଥିଲ ଗୋ ନାୟିକା ll

ମଲ୍ଲl ଜହ୍ନ ହୋଇ ମରିଗଲି ଆଜି    

   ଝୁରି ଝୁରି ତୁମ ପାଇଁକା ll

ପଶ୍ଚିମ ତୀରରେ ମଲ୍ଲl ଜହ୍ନ ହୋଇ  

     ହସି ଉଠେ କଇଁ ପାଇଁକା ll

ଚାହୁଁଚାହୁଁ ବରଷେହେଲା ଯୁଗଟେ ପାଇଲା  

     ତଥାପି କରିଛି ଅପେକ୍ଷା l

କଥା ଦେଇଥିଲ କରିବନି ପର   

    କରିଦେଲ ସାତ ପର l

କହିବି କାହାକୁ ଯାତନା ତୁମରି      

ଦେଇଗଲ ପ୍ରେମ ଦଣ୍ଡ ll

ଦଣ୍ଡ ଦେଇ ଦାଣ୍ଡରେ କରିଦେଲ ବେଘର  

   ତଥାପି ହୋଇଛି ଠିଆ l

ମୋ ହୃଦୟ ଘର ଲୁହାରେ ତିଆରି   

 ଭାଙ୍ଗି ପାରିବନି ତୁମ ଯାତନା...ll

ଲୁହା ସିନା ତରଳେ ନିଆଁର ଭୟରେ  

       ମୋ ହୃଦୟ ତରଳି ଯିବ l

କରିଛି ଅପେକ୍ଷା ତରଳା ଲୁହାରେ    

   ପାଣି ଟିକେ ଢ଼ାଳି ଦେବ ll

ପାଣି ଦେଇ ପୁଣ୍ୟ ଆଉଁସି ନେବଟି 

    କରିଥିଲ ଯେତେ ପବିତ୍ର ପାପ l

ପ୍ରେମ ଟିଏ ଏଠି ପବିତ୍ର ପାପ ଯେ

         ନାହିଁ ତାର ମାପ ଚୁପ l

ଦୁନିଆ ପାଇଁ କି ପରିଚୟ ମୋର 

     ପାଗଳ ଟିଏ ମୁଁ ତୁମ ପ୍ରେମର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Alok kumar Pandit

Similar oriya poem from Romance