STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

କାହାଣୀ..

କାହାଣୀ..

1 min
226


ସରଳ ସଳଖ ଏଇ ଜୀବନରେ

ହୀନସ୍ତା ଆଜି ଏ ସହରରେ,

ଜୀବନ ଜିଇଁବା ଭୂଲି ବି ଗଲିଣି 

ସହରର ଘୋଡା ଦୌଡରେ..!

କେମିତି ବୁଝିବି ଦରଦ କାହାର

ସହର ପରିକା ବେଦରଦରେ,

ଭୂଲି ତ ଗଲିଣି ଖୁସିକୁ ବାଣ୍ଟିବା

ଅବିଶ୍ୱାସ ଭରା ସହରରେ..!

ହୃଦୟ ବି ନୁହେଁ ଶାନ୍ତିରେ ଭରା

ଅଶାନ୍ତ ସହର ଏ ହୃଦୟରେ,

କେମିତି କହିବି ଭଲରେ ଅଛି ମୁଁ

ରଂଗ ବେରଙ୍ଗୀ ସହରରେ..!

ସାହାରା ଖୋଜୁଛି ସହରରେ ମୁଁ,

ବେସାହାରା ଏଇ ଚଳଣିରେ,

ଭଙ୍ଗା ମନକୁ ଯୋଡୁଛି ବସି ମୁଁ,

ଭଙ୍ଗା ଗଢ଼ାର କାହାଣୀରେ..!

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance