ନାରୀତ୍ଵର ଅସ୍ତିତ୍ବ
ନାରୀତ୍ଵର ଅସ୍ତିତ୍ବ
ସେଦିନ ପ୍ରଭୁ ଶ୍ରୀରାମ ବି ଚୁପ୍ ଥିଲେ
ଧର୍ମର ଦ୍ୱାହି ଦେଇ
ମର୍ଯ୍ୟାଦା ପୁରୁଷୋତ୍ତମର ଆଖ୍ୟା ପାଇ
ଆଉ ଅଗ୍ନି ପରୀକ୍ଷା ଦେଇ ଚାଲିଥିଲେ ସୀତା ।
ଲୋକାରଣ୍ୟ କୁରୁସଭା ତଳେ
ଦ୍ରୌପଦୀଙ୍କ ଆକୁଳ ନିବେଦନ
ସେଦିନ ବି ଚୁପ୍ ଥିଲେ ପାଣ୍ଡବ
ଆଉ ସତୀତ୍ଵର ପ୍ରମାଣ ଦେବାକୁ ଯାଇ
ଦ୍ରୌପଦୀ ହେଲେ ଲୁଣ୍ଠିତା ।
ଜଳୁଥିଲା ପ୍ରତିଶୋଧର ଅଗ୍ନି
ହୋଇଥିଲା ରାବଣର ଅନ୍ତ ଆଉ କୁରୁବଂଶର ନିପାତ
ସାଜିଥିଲା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ପାଇଁ
ଆଉ ହସ୍ତିନାପୁର କରିଥିଲା ପାଣ୍ଡବଙ୍କ ସ୍ବାଗତ ।
କିନ୍ତୁ, ନିଜର ସ୍ୱାଭିମାନ ଆଉ ଅସ୍ତିତ୍ବକୁ ହରାଇ
ଗୁମୁରି ଗୁମୁରି କାନ୍ଦୁଥିଲା ନାରୀତ୍ଵ
ଆଉ ସମାଜ ଦୋଷ ଦେଇ ଚାଲିଥିଲା
ନାରୀ ପାଇଁ କୁଆଡେ ଏ ମହାଭାରତ ।