Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy

3.9  

Madhusmita Prusty

Tragedy

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
282


ଚନ୍ଦ୍ରାଣି, ରୁଦ୍ରାଣୀ, ଶଙ୍କରୀ, ଭବାନୀ 

ଗାୟତ୍ରୀ, ସାବିତ୍ରୀ ମାଆ, 

ଏ ସାରା ସୃଷ୍ଟିର ଆଦ୍ୟାନ୍ତ କାରିଣୀ 

ମହାଗୌରୀ ପାର୍ବତୀ ମାଆ |


ନମସ୍ତେ ମାଆଲୋ ମହାକାଳେଶ୍ଵରୀ 

ମହାକାଳୀ ନମୋ ନମ, 

ନବରାତ୍ରୀ ନବଦୁର୍ଗା ମାତା ତୁମେ 

କାଳଜୟୀ ସର୍ବୋତ୍ତମ |


ମହିଷାମର୍ଦ୍ଦିନୀ ସଙ୍କଟ ହାରିଣୀ 

ଘଟଗାଁ ବାସିନୀ ମାଆ, 

ବିପତ୍ତି ବେଳରେ ସର୍ବେ ହୁଅ ସାହା 

ଜୟ ମାା ତାରିଣୀ ମାଆ|


ସଂସାର ବକ୍ଷରୁ ଦୁରେଇଦେ ପାପ 

ପୂଣ୍ୟ ଜଳ ବର୍ଷା କରି, 

ପ୍ରକୃତି,ଧରଣୀ ତୁମେ ଗୋ ଜନନୀ 

ପଣତେ ନିଅ ଆବୋରି |


ବିନାଶ ବେଳରେ ସୃଷ୍ଟି ରକ୍ଷା କର 

ହାହାକାର ବିଶ୍ଵବାସୀ, 

ଧରି ବିଶ୍ୱରୂପ ଉଗ୍ରଚଣ୍ଡୀ ରୂପ 

ଭଦ୍ରକାଳୀ ରୂପେ ଆସି |


ସାଥେ ଧରି ଆସ ଭୂତ, ପ୍ରେତ ଗଣ 

ପାପୀକୁ ଦିଅ ବିଦାରୀ, 

ନରମୁଣ୍ଡ ମାଳି ମାଗୋ ଭଦ୍ରକାଳୀ 

ଦୂରଯାଉ ମହାମାରୀ |


ମାଗୋ ସନାତନି ମା ବିଶ୍ୱ ମୋହିନୀ 

ଚୌଷଠି ଯୋଗିନୀ ମା, 

ସଙ୍କଟ ବେଳରେ ଆକୁଳେ ଡାକୁଛି 

ମାଆ ହୁଅ ବାରେ ସାହା |


ଅଜ୍ଞାନୀ ଜନ ମୁଁ ଦୋଷ କର କ୍ଷମା 

ଚରଣେ ଦିଅ ଆଶ୍ରୟ, 

ଶାନ୍ତରୂପେ ପୁଣି ଦିଅ ଦରଶନ 

ମନୁ ଦୂରହେଉ ଭୟ |


ଆଦିଶକ୍ତି ଆଦିମାତା ନମସ୍ତୁତେ 

ସକଳ ସୃଷ୍ଟି ଆଧାର, 

ହୃଦୟର ଭକ୍ତି,ଭାବ ସମର୍ପଣ 

କରୁଛି ମା ରକ୍ଷାକର |



Rate this content
Log in

Similar oriya poem from Tragedy