ସ୍ୱାଧୀ
ସ୍ୱାଧୀ
ଆତ୍ମାରୁ ଉତ୍ତାରୀ ଦେଲା
ଜୀବନ୍ତ ଦହନ କିଛି
ସତୀ ସିଏ ଆଶକ୍ତିର ଅନ୍ତରାଳେ
ଖୋଜିଛି ସେ ପୂଣ୍ୟ ପତି ଧର୍ମ ।
ପୂର୍ଣ୍ଣ ସ୍ରୋତେ ଚିର ଶୁଦ୍ଧି ମୁକ୍ତି
ଜୀବନର ତାତ୍ପର୍ଯ୍ୟ ଯେ
ଏକ ଭଙ୍ଗୁର ଆବେଗ
ତ୍ୟାଗର ଆସ୍ତରଣ ତଳେ
ସାଇତିଛି ଆଶଂସିତ କୁଢ଼ କୁଢ଼ ଶବ
ଅନୁରାଗେ ସଂସକ୍ତ ପ୍ରବାହେ
ଜନ୍ମାଇଛି ଶାନ୍ତ୍ବନାର ଭାବ ।
ସିନ୍ଦୁରୀତ ସିନ୍ଥିର ଧର୍ମେ
ଅଖଣ୍ଡ ସୌଭାଗ୍ୟବତୀ ଭ୍ରମଟିଏ ଭ୍ରମେ
ନିଶାର୍ଦ୍ଧର ଗର୍ଜନେ
ଅସ୍ଥିର ସେ ନିସ୍ତବ୍ଧର ସ୍ୱରେ ।
ବିବାହିତ ଷୋଡ଼ଶୀ ବୟସେ
କି ଅବା ଜାଣିଥିଲା
ପତ୍ନୀ ଧର୍ମ ଭାବ
ସଂସାରର ଅଯଥା ନିୟମେ
ବନ୍ଧା ତାର ଜୀବନର କ୍ଷଣ
ସ୍ବାଧୀ ନାମେ ବାଧ୍ୟ କଲା
ଜୀବନର ଦାନ ।
ଅକୁହା ବେଦନା ମଧ୍ୟେ
କିଏ ବୁଝେ ତା' ବିକଳ କ୍ରନ୍ଦନ
ମୃତ ପତି ଚିତା ପରେ
ନୀରବରେ ବଳି ପଡ଼େ
ସ୍ୱାଧୀ ନାମେ ନାରୀ ।
ଅଯଥା ସେ ଧାର୍ମିକ ଭାବନା
ନିଷ୍କଳୁଷ କିଶୋରୀ ଜୀବନେ
ବଞ୍ଚିବାର ଅଧିକାର ଏକ ଭିନ୍ନ ବିଡ଼ମ୍ବନା ।
ଦଗ୍ଧଭୂତ ଶରୀର ଯନ୍ତ୍ରଣାର ସ୍ୱର
ପଞ୍ଚଭୂତେ ମିଶି ଯାଏ
କ୍ଷଣେ ଅନୁକ୍ଷଣେ ।
ବ୍ୟାଧିଗ୍ରସ୍ଥ ମାନବ ସମାଜ
ସ୍ୱାଧୀ ନାମେ ଦିଏ ସ୍ୱର
ଅଯଥାରେ ଭରି ଦିଏ ଧାର୍ମିକ ଭାବନା ।