Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Classics

4  

Prafulla Kumar Tripathy

Classics

ରୂତୁ

ରୂତୁ

1 min
298


ବର୍ଷ, ମାସ, ଦିନ, ସମୟ

ବଦଳି ଯାଏ ଯେପରି

ରୂତୁ ପରେ ରୂତୁ

ଛଅଟି ରୂତୁ ବଦଳି ଯାଏ

ଆପଣା ଛାଏଁ ।

ବଦଳି ଯାଏ ସମୟର ରଙ୍ଗ

ପୁଣି ବଦଳି ଯାଏ ବୟସର ତରଙ୍ଗ

ବସନ୍ତ ପରେ ପରେ

ସ୍ମୃତି ଲାଖିଯାଏ କୃଷ୍ଣଚୂଡାର ରଙ୍ଗ

ନିଜ ନିଜ ଭିତରେ 

ଭଲ ପାଇବାର ସନ୍ତକ ।

ଛାଡିଯାଏ ମଳୟର ପବନ

କୋଇଲିର କୁହୁ କୁହୁ ସ୍ବର

ଅନ୍ତରିତ ହୋଇଯାଏ ଅହରହ ।

ଏ ରୂତୁ ବଦଳିବାର ମାନେ କଣ ?

କିଛି ବଦଳେ ନାହିଁ

ଖାଲି ଯାହା ବୋହୁଥାଏ

ବଦଳିବାର ଚିହ୍ନ

ଚାଲିଥାଏ ଆପଣା ଛାଏଁ

ଏ ମିଛ ମାୟା ସଂସାରରେ

ବଞ୍ଚିବାର ଖାଲି ଅଭିନୟ ।


Rate this content
Log in

Similar oriya poem from Classics