ରୂପା ଛାମୁଣ୍ଡିଆରେ ସୁନା ମାଳତୀ
ରୂପା ଛାମୁଣ୍ଡିଆରେ ସୁନା ମାଳତୀ


ରୂପା ଛାମୁଣ୍ଡିଆରେ ସୁନାର ମାଳତୀ
ହୀରାର ଜହ୍ନକୁ ଆହା ଆଲୁଅ ବଡ଼ତି
ଅଳସୀ ପ୍ରିୟାର ପାଦ ଉଠୁଛି ଝଟତି
..........ରୂପା ଛାମୁଣ୍ଡିଆରେ ସୁନାର ମାଳତୀ ! ୦ !
ପାଉଁଜି ଝୁମୁରୁ ଗୋଡ଼ି କାନରେ ବାଜୁଚି
ଝରକା ଭିତରୁ ଆଖି ସଜରେ ଖେଳୁଚି
ମୋ ପ୍ରିୟା ଲାଜେଇ ଭଲା ହସୁଚି ନିହାତି
..........ରୂପା ଛାମୁଣ୍ଡିଆରେ ସୁନାର ମାଳତୀ ! ୧ !
ଆଖିରେ ଅସରା ସିଏ କାହାଣୀ ଲେଖିଚି
ପଢ଼ିବା ପାଇଁକି କେତେ ନେହୁରା ହେଉଚି
ହୃଦୟ ଦେଇ ମୁଁ ପାଠ ଲାଗିଚି ଯେମିତି
..........ରୂପା ଛାମୁଣ୍ଡିଆରେ ସୁନାର ମାଳତୀ ! ୨ !
ବଉଦ ଅନ୍ଧାର ଯାହା ସାମାନ୍ୟ ଡରେଇ
ପ୍ରିୟାକୁ ମୋ ପାଖେ ଆଣି ଦେଇଛି ଫେରେଇ
ରାତିକୁ ଦେଖୁଛି ଭଲା ଆଶାର ପୀରତି
..........ରୂପା ଛାମୁଣ୍ଡିଆରେ ସୁନାର ମାଳତୀ ! ୩ !
************************************
ରଚନା: ତା.୧୪-୮-୨୦୨୦, ଅପରାହ୍ଣ-୫ଘ.୦୪ମି.
************************************