STORYMIRROR

Prasanna Kumar Madala

Romance

1.5  

Prasanna Kumar Madala

Romance

ରୂପ

ରୂପ

1 min
13.8K


ରୂପ

 

ତମେ ସିନା  

ଛାଡି ଚାଲିଗଲ

କିଏ କହିଦେଲା ବୋଲି, 

ମୋ ଗଢଣରେ ଖୁଣ ଥିଲା

ସରସ୍ଵତୀ  ବି କାଳି ଆଉ ଲକ୍ଷ୍ମୀ  ଟେରୀ ଯେଣୁ

ବ୍ରହ୍ମା  କାଳେ ଫିଂଗିଦେଲେ ସିନ୍ଧୁଜଳେ

ଆଉ ସାଉଁଟି ଆଣିଲେ ବିଷ୍ଣୁ । 

କିସ ମୋର ଅପରାଧ 

ସାଜି ପାରିଲିନି  ତୁମ କଲ୍ପନାରେ

ଚିତ୍ରକରର ନିର୍ଭୁଲ ତୂଳୀରେ

ଭାନୁମତୀର ଜାନୁରେ ତିଳଚିହ୍ନ ପରି, 

ସମୁଦ୍ରବାଲିରେ ତ

ହାତଲେଖା ଶବ୍ଦଟି ମୁଁ 

ଲହରୀରେ  ଲିଭିଗଲି

ଖଂଜି ପାରିଲନି

ପଦ୍ଯରେ ତୁମର ପଦଟିଏ କରି

ଶୁଣିଥିଲି କେଉଁ  ରାଜ୍ୟେ ରଜାର ଭୟରେ 

ତରୁଣୀଟି ଝୋଟି  ଖୁଣ୍ଟାଏ ନିଜ  ମୁହଁରେ

ଅସୁନ୍ଦରୀ ସାଜେ, 

ପୋଡିହୋଇ ବା ଏସିଡ୍ ଢାଳି

ଜାଳିଦିଏ କିଏ ନିଜ ଆକର୍ଷଣ । 

କୁହ ତ ଥରେ

କଣାକୁଜା  ପିଲାଟି କି ଅସୁନ୍ଦର 

ତା' ମାଆର ଆଖିରେ? 

ବୁଝିଯାଅ ପ୍ରିୟେ

ଯାତ୍ରା  ଉଠିଗଲେ

ଫିଙ୍ଗା କଟା ନିଶକୁ ସାଉଁଟି 

ପିଲାଟିଏ  ରଜା ସାଜେ ନାକ ତଳେ  ଖଂଜି

ସପନ ରାଇଜେ। 

ଏତେ ବି ଅଲୋଡା ଅଖୋଜା  ନୁହେଁ  ମୁଁ 

ସାଉଁଟି  ନିଅ ମୋତେ

ମୁକୁଳାଇ ମିଥ୍ଯା  ଅପବାଦୁ , 

ଧନ୍ୟ ହୋଇଯିବି

କଠାଉ  ସାଜିବି ତୁମ ଚଲାପଥେ। 

 

      କବି-ଶ୍ରୀଯୁକ୍ତ ପ୍ରସନ୍ନ କୁମାର  ମାଦଳା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance