STORYMIRROR

Priyaranjan Biswal

Abstract Fantasy Others

2  

Priyaranjan Biswal

Abstract Fantasy Others

ଋତୁ ଫେରେ...

ଋତୁ ଫେରେ...

1 min
10


ଋତୁ ଫେରେ ଜୀବନରେ

ଥରେ ଗଲା ପରେ।

ପ୍ରେମ ମରେ ହୃଦୟରେ

ସନ୍ଦେହ ଜାଲରେ।।


ବିଶ୍ୱାସ ବି ହାରିଯାଏ

ଚକ୍ରାନ୍ତ ଆଗରେ।

ପ୍ରେମୀ ହୁଏ ବଦନାମ 

ଏଇ ସଂସାରରେ।।


ସମ୍ପର୍କର ବନ୍ଧନଟା

ଲାଗେ ଧୋକା ଧୋକା।

ଜୀବନର ଚଲା ବାଟେ

ଚାଲ ଏକା ଏକା।।


ବିଶ୍ୱାସରେ ବିଷ ଦେଲେ

ମିଳେ ଏଠି ଖୁସି।

ଅନ୍ଯାୟର ସାଥ ଦେଲେ

ସୁଖ ମିଳେ ବେଶି।।


ଆବେଗର ସ୍ଥାନ ନାହିଁ

ଏଇ ସଂସାରରେ।

ପ୍ରେମ ଏଠି ମୂଲ୍ଯହିନ

ସମ୍ପତି ଆଗରେ।।


ସବୁ ଏଠି ସ୍ୱାର୍ଥପର

ବିଶ୍ୱାସ ଘାତକ।

ସ୍ୱାର୍ଥହିନ ମଣିଷଟା

କେବଳ ଚାତକ।।


ସୁଖ ଫେରେ ଦୁଃଖ ପରେ

ରହି ଯାଏ ଚିହ୍ନ।

ଯୋଡେ ନାହିଁ କେବେ ଆଉ

ଭାଙ୍ଗିଗଲେ ମନ।।



Rate this content
Log in

Similar oriya poem from Abstract