STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଠ)

ରତ୍ନାକର ଚମ୍ପୂ (ଠ)

1 min
306

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(12)


ରାଧା

ରାଗ - ପୂରବୀ -ଏକତାଳି


ଠଉରିବି ମୁଁ କିପରି ଆଗୋ ସୁନାରୋରୀ,

ଠକପଣ ତ ମୋଠାରେ ଆଚରିଲେ ହରି(ଘୋଷା)

ଠ ବର୍ତ୍ତୁଳ ଚନ୍ଦ୍ରମା ମଣ୍ଡଳ ଦେଖ ସଖି

ହୃଦୟ ଦମ୍ଭକୁ ମୋର ଦେଉ ନାହିଁ ରଖି (1)

ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ

ମଧୁର ନିନାଦେ ମୋତେ କରନ୍ତି ଆକୁଳ(2)

ଠାବେ ଠାବେ ମନୋହର କୁସୁମିତ କୁଞ୍ଜ

କରାଉଛି ମୋହୋ ମୋହ ବିକସି ନୀରବ (3)

ଠିକ କହି ପ୍ରିୟ ସଜନୀରେ ପିକଶ୍ରେଣୀ

ଦହଇ ମୋ ହୃଦ ଶୀରି ଜଗଦ୍ଦେବ ଭଣି(4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics