STORYMIRROR

RUNALAILA MOHANTA

Classics Others Children

4  

RUNALAILA MOHANTA

Classics Others Children

ରଥଯାତ୍ରା

ରଥଯାତ୍ରା

2 mins
170


  ବିଶ୍ଵ ବ୍ରହ୍ମାଣ୍ଡ ସିଏ ଏ ସୃଷ୍ଟି ର ଆଦି ଅନ୍ତ ସିଏ

    ପରମବ୍ରହ୍ମ ସିଏ ଅନ୍ତର୍ଯ୍ୟାମୀ ସିଏ    

ସମଗ୍ରବିଶ୍ୱକୁ ଆଲୋକିତ କରୁଥିବା ଜ୍ୟୋତିର୍ବିନ୍ଦୁ ସିଏ    

ବେଦ ଶାସ୍ତ୍ର ପୁରାଣ ଗ୍ରନ୍ଥ ସିଏ

   ସମସ୍ତ ଜୀବ ଜଗତ ର ମାର୍ଗ ଦର୍ଶକ ସିଏ

 ପୁରୁଷୋତ୍ତମ ଧାମ ପୁରୀ ର ବଡ ଠାକୁର ସିଏ 

ପରମ୍ପରା ତାର ଅତି ପ୍ରାଚୀନ ପ୍ରତିଷ୍ଠାତା ଯା'ର ଇନ୍ଦ୍ରଦ୍ୟୁମ୍ନ 

ଶ୍ରୀକ୍ଷେତ୍ରର ସେ ବଡଦେଉଳ ସଭା ବଢାଏ ତିନିମୁରତିର

   ରଥଯାତ୍ରା ଉତ୍ସବ ଏଠାର ବିଶ୍ଵ ବିଖ୍ୟାତ

ଋଷିଆ ଆମେରିକା ଇଂଲଣ୍ଡ ମଧ୍ୟ କରେ ଅନୁସରଣ

   ଆମ ଓଡ଼ିଶାର ଏ ବିଶ୍ଵପ୍ରସିଦ୍ଧ ରଥଯାତ୍ରା

ଆଷାଢ଼ର ଶୁକ୍ଳ ଦ୍ୱିତୀୟା ତିଥିରେ ହୁଏ ପାଳିତ ପରା ।

           

ତିନି ଠାକୁର ରଥକୁ ଆସନ୍ତି ଯେବେ ପହଣ୍ଡି କରି

  ଅପୂର୍ବ ଦର୍ଶନ ମିଳେ ପରା ଭକତ ଆଖିକି

    ମୃଦଙ୍ଗ ଘଣ୍ଟ କାହାଳୀ ମର୍ଦ୍ଦଳ ଝାଞ୍ଜ

ହରିବୋଲ ହୁଳହୁଳିରେ ହୁଏ ପରିବେଶ ପ୍ରକମ୍ପିତ

 ମନପ୍ରାଣ ପୁଲକତ ହୋଇ ଶକ୍ତି ସଂଚାର ହୋଇ 

 ଅପୂର୍ବ ଉତ୍ସାହ ଦେଖିବାକୁ ମିଳେ ଭକତ ଚିତ୍ତେ

   ପହଣ୍ଡି ବିଜେ ପରେ ହୁଏ ଛେରାପହଁରା

ଗଜପତି ହେଉ କି ଭିକ୍ଷୁ ସବୁ ତାଙ୍କ ସନ୍ତାନରେ ଗଣା

ଭାଇ ବଳଭଦ୍ର ଭଗିନୀସୁଭଦ୍ରା ସାଥିରେ ଯା'ନ୍ତି ପ୍ରଭୁଙ୍କ

  ଏ ସଂସାର କୁ ଦେବାକୁ ଆଶୀର୍ବାଦ ଅସରା

    ଦୃଶ୍ୟ ଯେ ସେ ଅତ୍ୟନ୍ତ ଉପଭୋଗ୍ୟ

   ରଥ ଟଣା ହୁଏ ଯେବେ ତିନି ମୁରତିର ।

       

  ପ୍ରଥମେ ଯେ ବଳଭଦ୍ର ଦ୍ୱିତୀୟେ ସୁଭଦ୍ରା

 ଶେଷ ରେ ଜଗନ୍ନାଥଙ୍କ ରଥ ଟଣା ହୁଏ ପରା

  ଜନସମୁଦ୍ର ମଧ୍ୟେ ଯା'ନ୍ତି ପ୍ରଭୁ ବଡ ଦାଣ୍ଡେ

ଘର୍ଘର ନାଦ ଶବ୍ଦ କରି ଗଡେ ରଥ ଧିରେଧିରେ

  ସର୍ବବୃହତ ଷୋହଳ ଚକ ବିଶିଷ୍ଟ ନନ୍ଦିଘୋଷ

ତେଇଶି ହାତ ରଥେ ବସି ଦୁଃଖ ହରନ୍ତି ଜଗନ୍ନାଥ

  ବାଇଶି ହାତ ଚଉଦ ଚକ ବିଶିଷ୍ଟ ତାଳଧ୍ଵଜ 

 ସେ ରଥେ ବସି ପାପ ହରନ୍ତି ଜ୍ୟେଷ୍ଠ ବଳରାମ

 କୋଡିଏ ହାତ ବିଶିଷ୍ଟ ଦେବୀରଥ ଦେବଦଳନ 

ସେଥିରେ ବସି ସୁଖ ବାଣ୍ଟନ୍ତି ଭଗିନୀ ସୁଭଦ୍ରା ଜାଣ ।

          

  ରଥର ସମ୍ମୁଖରେ ଅଶ୍ଵ ଶୀର୍ଷ ରେ ପତାକା

  ସତେ ଯେମିତି ଶୂନ୍ୟ ରେ ହୁଏ ରଥ ଯାତରା

ଦାରୁମୂର୍ତ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସୁଭଦ୍ରା ବଳଭଦ୍ର

ସର୍ବ ସାଧାରଣ ଉଦ୍ଦେଶ୍ୟରେ କରନ୍ତି ଯାତ୍ରା ମହାନ

ରଥ ଦଉଡ଼ି ଟାଣି ହୁଅନ୍ତି ଭକ୍ତଗଣ ପାପରୁ ଯେ ମୁକ୍ତ

ପ୍ରଭୁଙ୍କ ପ୍ରେମେ ହଜି ନୃତ୍ୟେ ମାତି କରନ୍ତି ସଂକୀର୍ତ୍ତନ

 ମାଉସୀ ମା ମନ୍ଦିରରେ ଅଟକେ ଯେବେ ତିନି ରଥ

   ପୋଡ଼ ପିଠା ଭୋଗ ହୁଏ ମହାପ୍ରଭୁଙ୍କର

 ଶରଧାବାଲି ରେ ପୁଣି ଅଟକେ ଜଗନ୍ନାଥ ରଥ

 ତାପରେ ଯାଇ ପହଞ୍ଚନ୍ତି ସବୁ ଗୁଣ୍ଡିଚା ମନ୍ଦିର ।

         

  ଗୁଣ୍ଡିଚା ମନ୍ଦିରସ୍ଥ ସେ ରତ୍ନ ସିଂହାସନ ମଧ୍ୟେ

ପହଣ୍ଡି ବିଜେ କରି ପୂଜା ପା'ନ୍ତି ପ୍ରଭୁ ସୁଦର୍ଶନ ସାଥେ

ସାତଦିନ ରହନ୍ତି ଗୁଣ୍ଡିଚା ମନ୍ଦିରେ ପ୍ରଭୁ ତିନି ଜଣ

ଜନ୍ମଜନ୍ମାନ୍ତର ପାପରୁ ମୁକତି କରାନ୍ତି ଦେଇ ଦର୍ଶନ

ଦଶମୀଦିନ ଆସେ ଯେବେ ବାହୁଡା଼ଯାତ୍ରା ହୁଅଇ 

 ପହଞ୍ଚନ୍ତି ପ୍ରଭୁ ରଥ ତ୍ରୟରେ ବସି ସିଂହ ଦ୍ୱାରେ

ସୁନାବେଶରେ ଦିବ୍ୟଦର୍ଶନ ମିଳେ ଏକାଦଶୀ ଦିନେ

 ଶେଷରେ ସମାସୀନ ହୁଅନ୍ତି ପ୍ରଭୁ ରତ୍ନ ସିଂହାସନେ

  ଏ ମହାନ ଉତ୍ସବ ଆସଇ ବରଷକେ ଥରେ

 ପୁଣ୍ୟଧାମ ଶ୍ରୀକ୍ଷେତ୍ର ହସଇ ଭକତି ସାଗରେ ।

              


Rate this content
Log in

Similar oriya poem from Classics