ରଥରେ ଭାବର ଡୋରି
ରଥରେ ଭାବର ଡୋରି
ଶରୀର ରୂପକ ରଥର ଦଉଡ଼ି
ପ୍ରଭୁ ପ୍ରେମ ଭାବ ଭକ୍ତି
ଶରୀର ରଥକୁ ଭାବର ଦଉଡ଼ି
ଟାଣି ନିଏ ପ୍ରଭୁ ପ୍ରତି
ପତିତ ପାବନ ନାମର ସାର୍ଥକ
ସହଜରେ ଅନୁମେୟ
ପ୍ରତି ବର୍ଷ ଘୋଷ ଯାତ୍ରା ଅନୁଷ୍ଠିତ
ହେଉଛି,ହେବ ନିଶ୍ଚୟ
ରଥ ପଥ ଜଗନ୍ନାଥ ର ରହସ୍ୟ
ଜୀବନ ସହ ଜଡ଼ିତ
ଜୀବନ ରୂପକ ରଥ ଯାତ୍ରା ପଥେ
ଶେଷ ପଥ ଜଗନ୍ନାଥ
ଭିନ୍ନ ମତବାଦ ଅନୁସାରେ ଉକ୍ତି
ଦେହ ରୂପକ ରଥରେ
କ୍ଷୁଦ୍ର କାୟ ବିଶ୍ଵ ସତ୍ତା ଅନୁଭବ
ପ୍ରାୟତଃ ନିଗୂଢ଼ ଅର୍ଥରେ
ମଣିଷ ଶରୀର ଏକ ରଥ ସମ
ଆତ୍ମା ଶରୀର ଭିତରେ
ଇନ୍ଦ୍ରିୟ ରୂପକ ଅଶ୍ଵ ଟାଣୁଛନ୍ତି
ଲଗାମ ବୁଦ୍ଧି ହାତରେ
ଶରୀର ରଥରେ ଆତ୍ମା ଆରୋହଣ
ଯାତ୍ରା ସଂସାର ପଥରେ
ନନ୍ଦିଘୋଷ ରଥେ ପ୍ରଭୁ ଜଗନ୍ନାଥ
ଯାତ୍ରା ବି ବଡ ଦାଣ୍ଡରେ
ଶରୀରର ନାମ କରଣ ଯେପରି
ତିନି ରଥ ତିନି ନାମ
ବିଭିନ୍ନ ଅଙ୍ଗର ନାମ ଯେଉଁ ପରି
ରଥ ଭାଗର ବି ନାମ
ମଣିଷ ଦେହରେ ହାଡ ରହିଅଛି
ରଥ କାଠରେ ତିଆରି
ମଣିଷର ନିଜ ଉଚ୍ଚତା ଯେପରି
ରଥେ ଉଚ୍ଚତା ସେପରି
ମଣିଷ ଶରୀର ଚର୍ମ ଆଚ୍ଛାଦିତ
ରଥ ଭିନ୍ନ କନା ଦ୍ଵାରା
ଭିନ୍ନ ରଙ୍ଗ କନା ରଥ ଦେହେ ଲାଗେ
ରହିଅଛି ପରମ୍ପରା
ଗୋଟିଏ କଳ୍ପରେ ମଣିଷର ଆତ୍ମା
ଜନ୍ମ ହୁଏ ବାରମ୍ବାର
ଚଉରାଅଶି ଥର ନୂଆ ଶରୀରେ
ଜନ୍ମେ ଆତ୍ମା ମଣିଷର
ପ୍ରତିବର୍ଷ ରଥ ନିର୍ମାଣ ହେଉଛି
ନୂଆ କାଠ ବ୍ୟବହାର
ବିଗ୍ରହଙ୍କ ନବ କଳେବର ବେଳେ
ପୁଣି ନୂତନ ଶରୀର
ମଣିଷର ଗୋଡ ରହିଛି ଯେପରି
ରଥ ଦେହେ ଅଛି ଚକ
ଶରୀର ସହିତ ରଥର ତୁଳନା
ଭାବ ସହିତ ଉଦ୍ରେକ
ପ୍ରଭୁଙ୍କର ଷୋଳ କଳା ସହିତରେ
ରଥ ଚକ ବୟାଳିଶି
ଚଉଦ ଭୁବନ ବାର ରାଶି ମିଶି
ସମଷ୍ଟି ଚଉରାଅଶି
ଭଉଁରୀ ଯାତ ସହ ଚଉରାଅଶି
ଅଙ୍କର ଅଛି ମହତ୍ତ୍ଵ
ଚଉରାଅଶି ଘେରା ଚାପ ଖେଳ ହୁଏ
ଭ୍ରମଣ ନୌକା ସହିତ
ରଥଯାତ୍ରା ବି ଚଉରାଅଶି ଚକ
ଗୁଣ୍ଡିଚା ବାହୁଡ଼ା ମିଶି
ମଣିଷର ନିଜ ହାତରେ ଉଚ୍ଚତା
ଅଙ୍ଗୁଳି ଚଉରାଅଶି
ଚଉରାଅଶି ଘେରା ଭଉଁରୀ ଯାତ୍ରା
ଦର୍ଶନ କରିଲେ ଭକ୍ତ
ଚଉରାଅଶି ଆଙ୍ଗୁଳି ର ମଣିଷ
ଯୋନି ଜନମ ରୁ ମୁକ୍ତି
ମଣିଷ ଦେହରେ କୁଣ୍ଡଳିନୀ ଶକ୍ତି
ଯେପରି ଅଛି ଜାଗ୍ରତ
ବିମଳା,କ୍ଳେଶ ଭଦ୍ରା ଓ ଚନ୍ଦ୍ର ଘଣ୍ଟା
ତିନି ରଥରେ ସଂଯୁକ୍ତ
ଆତ୍ମା ଏବଂ ଶରୀର ତତ୍ତ୍ଵ ସହିତ
ରଥର ପରିକଳ୍ପନା
ରଥ ଯାତ୍ରା ସହ ଜୀବନ ଜଡ଼ିତ
ଜ୍ଞାନୀ ଙ୍କୁ ସହଜେ ଜଣା
ଶରୀର ରଥରେ ଆତ୍ମା ହିଁ ବାମନ
ଦେଖ ଚିନ୍ତା ଚେତନାରେ
ରଥ ପଥ ଜଗନ୍ନାଥ ର ରହସ୍ୟ
ସଦା ରହୁ ହୃଦୟରେ
କୋଇଲି ବୈକୁଣ୍ଠ ଅପେକ୍ଷା କରିଛି
ପାତାଳୀ ହେବେ ବିଗ୍ରହ
କିଛି ଦିନ ଖେଳା ଲୀଳା ସଂସାରରେ
ଶେଷରେ ଶ୍ମଶାନ ଥୟ
ଜୀବନ ନାଟକେ ଶେଷ ଦୃଶ୍ୟ ପରେ
ମଞ୍ଚ ଅନ୍ଧାର ହୋଇବ
ଅଭିନୟ ପ୍ରତି ପ୍ରଶଂସା ର ସୁଅ
ସେଇଠି ଅଟକି ଯିବ
ଜୀବ ପ୍ରତି ଦୟା ନାମରେ ବିଶ୍ୱାସ
ପରୋପକାର ସେବାରେ
ଉତ୍ସର୍ଗୀତ ହେଉ କ୍ଷଣିକ ଜୀବନ
ମାନବିକତାର ଧାରେ
ଭାବ କୁ ନିକଟ,ଭାବ ରେ ମିଳନ
ଭାବ ଭାବରେ ସମ୍ପର୍କ
ଆତ୍ମା ବିହ୍ଵଳିତ ଭାବ ବିନିମୟେ
ଭାବ ବନ୍ଧନ ସାର୍ଥକ
ଭକ୍ତର ଭାବରେ ବନ୍ଧା ଭଗବାନ
ଅନ୍ତର ଭାବକୁ ଚିହ୍ନି
ଭକ୍ତି ନିଷ୍ଠା ସହ ହୃଦୟ ଜଡ଼ିତ
ଅନ୍ତର ଆତ୍ମାକୁ ଜାଣି
ଭାବର ଡୋରୀରେ ଭକ୍ତ ଭଗବାନ
ହୋଇଛନ୍ତି ଛନ୍ଦା ଛନ୍ଦି
ଭକ୍ତର ଆକୁଳ ନିବେଦନ ପ୍ରତି
ପ୍ରଭୁ ପ୍ରାଣ ଉଠେ କାନ୍ଦି
ଅନ୍ତରରେ ରାଧା ରଖି ଥିଲା ଭାବ
ହୃଦୟର ଖୋଲା ଭାବ
ସେଇ ଭାବରେ କାହ୍ମା ହେଲେ ବିହ୍ବଳ
ଭାବରେ ମିଶିଲା ଭାବ
ହେଲା ପ୍ରକାଶିତ ବିହ୍ୱଳ ଆବେଗ
ରାସ ରସେ ବଂଶୀ ସ୍ୱରେ
କେତେ ପ୍ରେମ ସେହି ଭାବର ଗାମ୍ଭିର୍ଯ୍ୟ
ଭକ୍ତ ସେହି ଭାବ ସ୍ମରେ
ଯୁଗ ପରେ ଯୁଗ ରାଧାକୃଷ୍ଣ ନାମ
ଗୁଞ୍ଜରିତ ମାନସରେ
ରାଧା ଭାବର ପରାକାଷ୍ଠା ଅମର
ପ୍ରେମ ଭାବ ଆକାରରେ
ମୀରା ର ସ୍ୱଭାବ ଭକ୍ତି ନିଷ୍ଠା ଭାବ
ଅହରହ କୃଷ୍ଣ ଭାବ
ଭାବରେ ନିମଗ୍ନ ହୃଦୟେ ସର୍ବତ୍ର
କୃଷ୍ଣ ଛବି ପ୍ରତିବିମ୍ବ
ଭାବ ର ସ୍ରୋତରେ ବିଷ ଭାସିଗଲା
ବଞ୍ଚି ରହିଲା ଜୀବନ
ଭାବ ର ଧାରା ବି ରହିଲା ବଜାୟ
କୃଷ୍ଣ ହିଁ ମୀରା ଜୀବନ
ବନ୍ଧୁତ୍ୱ ର ଭାବ ସୁଦାମା ସହିତ
ଖୁଦ ଭଜା ମନ ଜିଣି
ବନ୍ଧୁ ଭାବେ ଭାବ ହେଲା ଉଜ୍ଜୀବିତ
ବନ୍ଧୁ ସ୍ବଭାବ ବଖାଣି
ବନ୍ଧୁର ଭାବରେ ବାନ୍ଧିଲେ ନିଜକୁ
ପିଲା ଦିନ ବନ୍ଧୁ ଭାବ
କୃଷ୍ଣ-ସୁଦାମା ର ବନ୍ଧୁତ୍ୱ ଭାବକୁ
ଏ ଭବ ଗାଏ ସେ' ଭାବ
ଅର୍ଜୁନ ବିଷାଦେ ଜଣାଇଲା ଭାବ
ଉଦୟ ହୋଇଲା ଭାବ
ବ୍ରହ୍ମଜ୍ଞାନ ର ଭାବ ପରିପ୍ରକାଶ
ବିଷାଦ ଖଣ୍ଡନେ ଭାବ
ବିଶ୍ଵରୂପ ଦର୍ଶନରେ ଦିବ୍ୟଜ୍ଞାନ
ଦିବ୍ୟ ଜ୍ଞାନ ସହ ଭାବ
ଅନ୍ତରେ ବିଷାଦ ଭାବ ଦୂର ହେଲା
ଭାବଗ୍ରାହୀ ଜାଣେ ଭାବ
ଭାବ କଣ ଜାଣି ନ ଥିଲା ଶବରୀ
ଚାଖି ମିଠା ଖଟା କୋଳି
ଚାଖିବା ଭାବରେ ହୃଦୟର ଭାବ
ରାମ କଥା ମନେ ଭାଳି
ଅଇଁଠା ନୁହେଁ,ସେ' ଭାବ ନିଦର୍ଶନ
ଜାଣିଲେ ସାରା ଜଗତ
ଶବରୀ ଅଇଁଠା ଖିଆ କହି କହି
ରାମ ନାମେ ପ୍ରଣିପାତ
ଭାବ ହିଁ ଈଶ୍ୱର ସର୍ବବ୍ୟାପୀ ଭାବ
ନୀଳାଚଳ ଧାମେ ଭାବ
ସାମାନ୍ୟ ନଡ଼ିଆ ସମର୍ପି ଦାସିଆ
ନଡ଼ିଆ ମାଧ୍ୟମେ ଭାବ
ଭାବରେ ଷାଠିଏ ପଉଟି - ଖିଆଙ୍କୁ
ବାନ୍ଧି ରଖିଲା ଦାସିଆ
ଦାସିଆ ନଡ଼ିଆ ହୋଇଲା ଚର୍ଚ୍ଚିତ
ଭାବ ଭାବରେ ନଡ଼ିଆ
ଯବନ ହୋଇ ବି ସାଲବେଗ ଭକ୍ତ
ଭକ୍ତ ଅପେକ୍ଷାରେ ରଥ
ଯୁଗ ଯୁଗ ପାଇଁ ଲିପିବଦ୍ଧ ହେଲା
ଜାତି ଅଜାତି ବି ଭକ୍ତ
ବନ୍ଧୁ ମହାନ୍ତିର ଭକ୍ତି ଭାବ ଜାଣି
ଭୋଗ ଥାଳି ହେଲା ପ୍ରାପ୍ତ
ଭାବର ଡୋରୀରେ ବାନ୍ଧି ହେଲେ ପ୍ରଭୁ
ଭକ୍ତ ହେଲା ଉପକୃତ
କାହିଁ କେତେ କେତେ ଭାବର ପୁଜାରୀ
ଚାଲି ଭାବର ରାସ୍ତାରେ
ଲକ୍ଷ୍ୟ-ସ୍ଥଳୀ ପ୍ରାପ୍ତ ହୋଇଲେ ଭାବରେ
ସମର୍ପଣ ର ଭାବରେ
ଭାବରେ ନିଷ୍ଠା ମିଳେ ପରାକାଷ୍ଠା
ଭାବ ଥିଲେ ସଦା ରହି
ସମର୍ପଣ ଭାବ ଦେଖନ୍ତି ନିରେଖି
ଭାବ ପ୍ରିୟ ଭାବଗ୍ରାହୀ
ଭାବ ଥିଲେ ଭାବ ହେବନି ଅଭାବ
ଭାବ ବିନିମୟେ ଭାବ
ହୃଦୟ ର ଭାବ ବୁଝଇ ହୃଦୟ
ଭାବ ଦେଲେ ମିଳେ ଭାବ
ଭାବ ରୁ ସମ୍ପର୍କ ଭାବ ରୁ ହିଁ ପ୍ରେମ
ଯହିଁ ଅଛି ଭାବ ଧାରା
ସମ୍ପର୍କ ର ସେତୁ ହୁଅଇ ସୁଦୃଢ଼
ଭାବର ବ୍ୟାଖ୍ୟା ନିଆରା
ସ୍ବତଃ ପ୍ରଵୃତ୍ତଃ ଭାବେ ଭାବର ସୃଷ୍ଟି
ହୃଦୟ ଗଳିକନ୍ଦି ରୁ
ମନ ଓ ହୃଦୟ ନିହାତି ଜଡ଼ିତ
ଭାବ ଉତ୍ପନ୍ନ ତହିଁରୁ
ଥିଲେ ହୃଦେ ଭାବ ଆପେ ମିଳେ ଭାବ
ଭାବ ଧାରା ଅବ୍ୟାହତ
ଭାବରେ ବି ବନ୍ଧା ଜଗତର ନାଥ
ଭାବ ପ୍ରିୟ ଜଗନ୍ନାଥ
ଭକ୍ତ ହୃଦୟର ଭାବ ପରଖନ୍ତି
ଭାବ ବିନୋଦିଆ ହରି
ଭକ୍ତି ଭାବ ଥିଲେ ଭକ୍ତ ହୃଦୟକୁ
ପ୍ରଭୁ ନିଅନ୍ତି ଆବୋରି
ଭାବ ପରିଭାଷା ହୃଦୟକୁ ଜଣା
କିପରି ହୋଇବ ଭାବ
ହୃଦୟକୁ ଥରେ ଛୁଇଁ ଗଲେ ଭାବ
ମନ ଭାବରେ ବୁଡିବ
ପରଷ୍ପର ପ୍ରତି ଭାବ ଦିଆନିଆ
ଭାବ ଦେଲେ ଭାବ ରହେ
ଭାବକୁ ଜଗାଇ ଭାବରେ ବୁଡ଼ିଲେ
ସମ୍ପର୍କ ଅତୁଟ ହୁଏ
ମାନବିକତା ର ଭାବ ଆଉ ନାହିଁ
ଆଜିକାଲି ସମାଜରେ
ନିଜ ନିଜ ଭାବ ନାହିଁ ବିନିମୟ
ମଗ୍ନ ନିଜର ସ୍ବାର୍ଥରେ
ଭାବ ଯାହା ହେଉ ଅନ୍ୟର ହୃଦୟେ
ଜାଗି ଉଠୁ ନିଜ ଭାବ
ଭାବ ପୂର୍ଣ୍ଣ ହୃଦେ ହାତ ବଢାଇଲେ
ଭାବ ହେବନି ଅଭାବ
ଭାବକୁ ନିକଟ ଅଭାବକୁ ଦୂର
ଭାବୁକ ଭାବର ଉକ୍ତି
ଭାବ ଥିଲେ ସର୍ବେ ହେବେ ଆପଣାର
ଭାବରେ ହିଁ ଗତି ମୁକ୍ତି
ଭାବ ସୃଷ୍ଟି ହୁଏ ଥିଲେ ହୃଦେ ଭାବ
ସାଗର ସଦୃଶ ଭାବ
ଭାବ ଢେ଼ଉ ଯଦି ଉଜାଣୀ ଉଠିବ
ଲୁପ୍ତ ହେବ ଭେଦ ଭାବ
ପ୍ରେମ ସ୍ନେହ ଭଲ ପାଇବାର ଭାବ
ଜାଗ୍ରତ ହେଉ ମନରେ
ବସୁଧୈବ କୁଟୁମ୍ବକମ୍ ର ଭାବ
ବ୍ୟାପି ଯାଉ ସମାଜରେ।
