STORYMIRROR

Gyanaranjan Nayak

Abstract Classics

4  

Gyanaranjan Nayak

Abstract Classics

ରଥେତୁ ବାମନଂ ଦୃଷ୍ଟ୍ବା

ରଥେତୁ ବାମନଂ ଦୃଷ୍ଟ୍ବା

1 min
435

 ବଡ଼ଦାଣ୍ଡେ ତୋତେ ,        ନନ୍ଦିଘୋଷେ ଦେଖି,

        ଆଖି ଯାଏ ଲାଖି ବର୍ଷକ ପାଇଁ,

ଶ୍ରେଷ୍ଠ ସୌନ୍ଦର୍ଯ୍ୟ ସେ,        ବାମନ ରୂପ ତୋ,

       ଦେଖି ବିମୋହିତ ବିଶ୍ଵ ହୁଅଇ ।

ସର୍ବ ଦେବାଦେବୀ,          ମର୍ତ୍ତ୍ୟରେ ଦିନଟେ,

       ଦର୍ଶନେ ପିପାସୁ ତୋ ଦିବ୍ୟ ଲୀଳା,

ଦେଖି ସେ ବିସ୍ମିତେ,          ଇଛନ୍ତି ଈର୍ଷିତେ,

       କରିବାକୁ ଥରେ ଏ ଲୀଳାଖେଳା ।

ଆନନ୍ଦେ ନାଚନ୍ତି,            ଭକ୍ତଙ୍କ ସହିତ,

       ମଣିଷ ରୂପରେ ସମସ୍ତ ଦେବ,

ତୁଛ ଲାଗେ ତାଙ୍କୁ,          ଦେବ ଅବତାର,

       ସ୍ବର୍ଗପୁରେ ଯେତେ ଶୋଭା,ବୈଭବ ।

ଭକତ, ଦେବତା,           ସଭିଏଁ ସମାନ,

       ରଥେ ବସି ଦେଖେ ଜଗତ ସାଇଁ,

ଅଜାଣତେ ଭକ୍ତ,           କରେ କୋଳାଗ୍ରତ,

       "ଜୟ ଜଗନ୍ନାଥ" ଦେବଙ୍କୁ କହି।

ଦେବେ ବି ଆନନ୍ଦେ,         ଜଗା ଭକ୍ତ କାନ୍ଧେ,

        ହାତ ରଖି ପ୍ରେମେ ନାଚନ୍ତି ଭାବେ,

ଅବର୍ଣ୍ଣନୀୟ ସେ,           ଶୋଭା ତିନି ପୁରେ,

        ଏବେ ସେ ଅତୀତ,ଦୁଃଖରେ ସର୍ବେ ।

ବଡ ଦାଣ୍ଡେ ଦେଖି,          ଦେବ,ମାନବଙ୍କ,

        ପ୍ରେମ,ଭାବ, ପ୍ରୀତି ନପାରି ସହି,

କରୋନା ଆଳେ କି,         ଆକଟ ସଭିଙ୍କୁ,

         ତୋ ଆସପାଶ କୁ ନଯିବେ କେହି।

ମାଉସୀ ମାଆ ଓ,          ଗୁଣ୍ଡିଚା ରାଣୀ ଙ୍କ,

         ସ୍ନେହ,ପ୍ରେମ, ପୋଡ଼ ପିଠା ରେ ଶ୍ରଦ୍ଧା,

ତୋ ମାତୃ ବନ୍ଧନ,          ଖୁସି ନଅ ଦିନ,

         ଭାଙ୍ଗି ଚାଲିଗଲୁ ସବୁ ଦ୍ବିବିଧା ?

ଦେବଙ୍କ ଦେବତା,          ଭକ୍ତ ପିତା ମାତା,

         ଏ କଥା ରେ ଆଜି ପ୍ରଶ୍ନ ଉଠଇ,

ବିନା ଭକ୍ତେ ଯେବେ,         ତୋ ରଥ ଯାତରା,

         ଭାଇ ଭଉଣୀ ଙ୍କୁ ସଙ୍ଗରେ ନେଇ।

ଦୁଃଖ, ଯନ୍ତ୍ରଣା ଓ,          ବିରହ ର ଭାଷା,

         କେତେ କଟୁ ବାକ୍ୟେ ଜଗାକୁ କହି,

ରାଗ ତମତମେ,          ଗୁଣି ହେଉ ହେଉ,

        ଟିଭି ଆଡେ ଟିକେ ଦେଲି ମୁଁ ଚାହିଁ।

ଦେଖିଲି ଟିଭିରେ,          ଜଗା ବି ଦୁଃଖରେ,

        ନନ୍ଦିଘୋଷେ ବସି ମୋତେ ଚାହିଁଛି,

ଘଣ୍ଟୁଆ ଟେ ନାହିଁ,         ରଥେ ଏକା ସେହି,

         ବାପା ମା' ଛେଉଣ୍ଡ ପରି ଦିଶୁଛି ।

କହିଲା ପରି ସେ          ଶୁଭିଲା ଯେ ମୋତେ,

        ମୋ ପରି ଦୁଃଖୀ କେ ଜଗତେ ନାହିଁ,

ମୁଁ ହୀନିମାନ ଟେ,         ବିନା ମୋ ଭକତେ,

    ତା ଲାଗି ମଣିମା,କଳାଗୋସାଇଁ।


   


Rate this content
Log in

Similar oriya poem from Abstract