ରଥ ପଥ ଜଗନ୍ନାଥ
ରଥ ପଥ ଜଗନ୍ନାଥ
ରଥେ ବସି ଭାବେ ଭାବର ଠାକୁର
ଯାଆନ୍ତି ମାଉସୀ ଘର
ରଥଯାତ୍ରା ଲୀଳା ପୁରୀର ପ୍ରସିଦ୍ଧ
ଅଟେ ଜଗନ୍ନାଥଙ୍କର ।
ରତ ଥାଇ ସେବାୟତ ନିରନ୍ତର
ସେ ବା ପୂଜା ଯୋଗାନ୍ତି
ଆନନ୍ଦ ଲହରୀ ପ୍ରବାହିତ ହୁଏ
ରଥ ଟାଣି ଟାଣି ଯାନ୍ତି ।
ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ
ଶ୍ରୀ ଜୀଉ ମାନେ କିପରି
ରଥ ଯାତ୍ରା ହେଲେ ଚାଲନ୍ତି ଆନନ୍ଦେ
ବଡ଼ଦାନଡେ ବିଜେ କରି ।
ନନ୍ଦିଘୋଷ ରଥେ କାଳିଆ ସାଆନ୍ତ
ବିଜୟ କରିବେ ଯାଇ
ତାଳ ଧ୍ଵଜ ଆଉ ଦର୍ପ ଦଲନରେ
ଆରୋହଣ କରିଥାନ୍ତି ।
ବଳଭଦ୍ର ଆଉ ସୁଭଦ୍ରା ଭଗିନୀ
ଭକ୍ତ ମାନେ ଟାଣି ଟାଣି
ନିଅନ୍ତି ରଥକୁ ଚତୁର୍ଦ୍ଧା ମୂରତି
ତହିଁ ଶୋଭା ପାଉଥାନ୍ତି ।
