STORYMIRROR

CHINMAYEE PRADHAN

Tragedy Action Inspirational

4  

CHINMAYEE PRADHAN

Tragedy Action Inspirational

ରଣଭୂମି

ରଣଭୂମି

1 min
338

ଜନମ ହୋଇଛି ଯେଉଁକାଳୁ ମୁହିଁ

ପାଇଛି କଷଣ ଖାଲି,

ହେଲୁକି ପଥର ନ ଦେଉ ଉତ୍ତର

କେତେଥର ମୁଁ ଡାକିଲି।


ଚାଲି ଶିଖୁଥିଲି ତୋ ପଣତ ଧରି

ପାଦ ମୋ ଛଡାଇ ନେଲୁ,

କଅଁଳ ଶିଶୁଟେ କାହିଁ ଭାବିଲୁନି

ଖଞ୍ଜ କରି ଛାଡ଼ିଦେଲୁ।


ଆଖି ଖୋଲି ଯେବେ ଦୁନିଆ ଦେଖିଲି

ଦୃଷ୍ଟିଶକ୍ତି ନେଲୁ ହରି,

ଅନ୍ଧ କରି ମତେ ଦୁନିଆ ବୁକୁରେ

ଛାଡିଦେଲୁ ଏକା କରି।


ଦୁଃଖ ପରେ ଦୁଃଖ ଦେଉଅଛୁ ଖାଲି 

ଯନ୍ତ୍ରଣା ପରେ ଯନ୍ତ୍ରଣା, 

ଆପେ କରୁଅଛୁ ଅବା କହ କିଏ

ଦେଉଅଛି ତତେ ମନ୍ତ୍ରଣା। 


ଭୋଗଟିଏ ହେବି ବୋଲି ଭାବିଥିଲି 

ରୋଗୀଟିଏ ଦେଲୁ କରି, 

ରୋଗର ଯାତନା ଅସହ୍ୟ ଯନ୍ତ୍ରଣା 

କଲବଲ ହୁଏ ଭାରି। 


ରଣଭୂମି ପରେ ଦଣ୍ଡାୟମାନ ମୁଁ 

ପଛଘୁଞ୍ଚା କାହିଁ ଦେବି, 

ଜୀବନ ଯୁଦ୍ଧରେ ଏକାକୀ ଯୋଦ୍ଧା ମୁଁ 

ଲଢୁଅଛି ଲଢୁଥିବି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy