ରଣ ଭୂଇଁ
ରଣ ଭୂଇଁ
ଦୁଃଖ ମୋର ସବୁ ଅତି ଆପଣାର
ସୁଖ ଅଟେ ସାତ ପର,
ନିଜର ଲୁହକୁ ନିଜେ ପୋଛିଦେଇ
ଚଳାଏ ମୁଁ ମୋ ସଂସାର ।
ରୋଗର ଦାଉକୁ ସହ୍ୟ ମୁଁ କରଇ
ଭୋକ କୁ ପାରଇ ନାହିଁ,
କଳା ଦିଅଁ ଯଦି କପଟ କରୁଛି
କହିବି କାହାକୁ କାହିଁ ।
ନିଜ ରକତରେ ଖେଳୁଅଛି ହୋଲି
ଜୀବନକୁ ରଙ୍ଗ ଦେଇ,
ସବୁ ବୁଝି ଆଜି ଅବୁଝା ହୋଇଛି
ଜାଣୁ ଜାଣୁ ହାରେ ମୁହିଁ ।
ହାରି ମୁଁ ଯାଇନି ନିଜ ପାଖେ ମୁହିଁ
ଦରିଦ୍ର ପଣକୁ ନେଇ,
ଆଜି ଯିଏ ରାଜା କାଲିକି ଭିକାରୀ
ରଣଭୂଇଁ କଥା ଏଇ ।