STORYMIRROR

Sonali Swapna Patra

Abstract Drama Classics

3  

Sonali Swapna Patra

Abstract Drama Classics

ରଣ ଭୂଇଁ

ରଣ ଭୂଇଁ

1 min
187

ଦୁଃଖ ମୋର ସବୁ ଅତି ଆପଣାର

ସୁଖ ଅଟେ ସାତ ପର,

ନିଜର ଲୁହକୁ ନିଜେ ପୋଛିଦେଇ

ଚଳାଏ ମୁଁ ମୋ ସଂସାର ।


ରୋଗର ଦାଉକୁ ସହ୍ୟ ମୁଁ କରଇ

ଭୋକ କୁ ପାରଇ ନାହିଁ,

କଳା ଦିଅଁ ଯଦି କପଟ କରୁଛି

କହିବି କାହାକୁ କାହିଁ ।


ନିଜ ରକତରେ ଖେଳୁଅଛି ହୋଲି

ଜୀବନକୁ ରଙ୍ଗ ଦେଇ,

ସବୁ ବୁଝି ଆଜି ଅବୁଝା ହୋଇଛି

ଜାଣୁ ଜାଣୁ ହାରେ ମୁହିଁ ।


ହାରି ମୁଁ ଯାଇନି ନିଜ ପାଖେ ମୁହିଁ

ଦରିଦ୍ର ପଣକୁ ନେଇ,

ଆଜି ଯିଏ ରାଜା କାଲିକି ଭିକାରୀ

ରଣଭୂଇଁ କଥା ଏଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract