STORYMIRROR

Panchanan Jena

Abstract

4  

Panchanan Jena

Abstract

ରଙ୍ଗରାସ

ରଙ୍ଗରାସ

1 min
252


ଜୀବନଟା ରଙ୍ଗୀନ ହେଉ

ବହୁରଙ୍ଗୀ ବ୍ୟାନର ପରି

ରଙ୍ଗମୟ


ରଙ୍ଗାଧରେ ହସଗାରେ ଫୁଟୁ

ସାତରଙ୍ଗୀ କଳ୍ପନା ବିନ୍ୟାସ କହୁ

ମହମହ


ରଙ୍ଗଶାଳାର ମହକ ଚହଟୁ

କଥା କାକଳୀର ମାଧୁରୀ ହସୁ

ରସମୟ


ରଙ୍ଗ ରସିକିଆ ନାଗର ପରି

 ବଖାଣି ବିଞ୍ଚି ମୁଖ ମୟୂଖ

ମଧୁମୟ 


ରଙ୍ଗବତୀର ତାଳେ ତାଳେ

ଝୁମୁ ବେହାଲ ସମସ୍ୟା ସବୁ

କଢିପୟ


ରଙ୍ଗମାଖି ଖୁସି ଆସ୍ଵାଦନ 

ଚାଖି କୈବଲ୍ୟ ବଂଧୁମେଳେ

ଲାସ୍ୟମୟ 


ରଙ୍ଗ ରୋଷଣୀର ଆସର ବସୁ

ଆତ୍ମୀୟ ସୋଦର ଘର ପରିବାର

ଅଭିନୟ


ରଙ୍ଗହୀନ ଜୀବନ ମର

ୁଦ୍ୟାନ

ପତ୍ରଝଡା ବାଦ୍ଧର୍କ୍ୟ କଷଣ

ନିଃରାଶ୍ରୟ


ରଙ୍ଗମହଲର ମହକ ବଖାଣୁ

ଅତୁଲ୍ୟ ସଂପର୍କ ଜ୍ୟୋତକ

ଅମୃତମୟ 


ରଙ୍ଗାଳୟର ରଙ୍ଗ ମାଖି

ଭନ୍ଦ୍ରଧନୁର ସାତ ରଙ୍ଗ ଚାଖି

ରସମୟ


ରଙ୍ଗଘରର ଚିତ୍ରକଳ୍ପ ପରି

ମନ ମାନସାଙ୍କ ଗାରେଇ ସାରି

ଅତିଶୟ 


ଅଭିମାନର ଅନ୍ତରାଳେ ଝଟକୁ

ରଙ୍ଗ ତୂଳୀର ରଙ୍ଗ ଭାସ୍କର୍ଯ୍ୟ

ସୁଖମୟ 

ରଙ୍ଗଲତା ରୋଷିବନି ଆଉ

ଚପଳ ଛଳ ଛଳ 

ଛନ୍ଦମୟ 


ରଙ୍ଗ ଗୋସେଇଁ ହୋ କଳାସାଆଁନ୍ତ

ରଙ୍ଗ ବେରଙ୍ଗର ଫୁଲ ବଗିଚା ପରି

ଭରିଦିଅ ମୋ ଜୀବନ ପୁସ୍ତକେ

ରସ ରଙ୍ଗ ଅତୁଳନୀୟ ।


Rate this content
Log in

Similar oriya poem from Abstract