ରଙ୍ଗିଲା ବସନ୍ତ ଆସିବ
ରଙ୍ଗିଲା ବସନ୍ତ ଆସିବ
ଋତୁ ଚକ୍ର ଧାରା ଅଛି ଅବ୍ୟାହତ
ଋତୁ ପରେ ଋତୁ ଆସେ
ଶୀତ ର ଅବଧି ସରିଗଲା ପରେ
ରଙ୍ଗିଲା ବସନ୍ତ ଆସେ
କୋଇଲି ହଳଦୀ ବସନ୍ତ ସହିତ
ମଳୟ ପବନ ଧରି
ଆସିବ ବସନ୍ତ ଫୁଲ ସବାରୀରେ
ଫୁଲେଇ କିନ୍ତୁ ସୁନ୍ଦରୀ
ବସନ୍ତ ଆସିବା ଇଶାରା କ୍ରମଶଃ
ସହଜରେ ଅନୁମେୟ
କୋଇଲି ସୁର ଲୟ ତାଳ ସହିତ
ମନରେ ଭାରି ଅଥୟ
ଆମ୍ବ ବଉଳର ମହ ମହ ବାସ
ଧିରେ ଧିରେ ମହକୁଛି
କଅଁଳିଆ ନୂଆ ପତ୍ର ଗଛ ଦେହେ
ନିଜେ ହଲି ହଲାଉଛି
ପ୍ରେମିକ ପ୍ରେମିକା ମନ ଛନ ଛନ
ଭାରୀ ଭାରୀ ଯଉବନ
ରଙ୍ଗ ବୋଳା ବୋଳି ହେବା ପାଇଁ ଅଙ୍ଗେ
ମନ ହେଲାଣି ଉଚ୍ଛନ୍ନ
ପ୍ରେମର ପରଶ ଲଭିବାକୁ ଆଶା
ହେଉଅଛି ଉଜ୍ଜୀବିତ
ମଳୟ ପବନ ଅଙ୍ଗରେ ଲାଗିବ
ହୃଦ ହେବ ଉଲ୍ଲସିତ
ଶୃଙ୍ଗାର ରସରେ ପ୍ଲାବିତ ହୋଇଛି
ଋତୁରାଜ ସେ ବସନ୍ତ
ପ୍ରେମିକା ଛାତିରେ ମୁଣ୍ଡ ଗୁଞ୍ଜିବାକୁ
ପ୍ରେମିକ ମନ ଉଦ୍ୟତ
ଫୁଲର ସମ୍ଭାର ଆଣିବ ବସନ୍ତ
ଭିନ୍ନ ଭିନ୍ନ ଫୁଲ ରଙ୍ଗେ
ରଙ୍ଗାୟିତ ହେବ ଧରଣୀ ର ବକ୍ଷ
ଉନ୍ମାଦନା ପ୍ରତି ଅଙ୍ଗେ
ପର୍ବ ପର୍ବାଣୀ ବି ବସନ୍ତ ଋତୁର
ରଙ୍ଗ ସହିତ ପାଳନ
ହୋଲି ଶ୍ରୀପଞ୍ଚମୀ ମୁଖ୍ୟ ଆକର୍ଷଣ
ପରିବେଶ ବି ରଙ୍ଗୀନ୍
ଆସ ହେ ବସନ୍ତ ସଜବାଜ ହୋଇ
ଚାହେଁ ମନ ଉପବନ
ରଙ୍ଗ ଢ଼ଙ୍ଗ ତୁମ ସମ୍ପୂର୍ଣ୍ଣ ନିଆରା
ତୁମକୁ ଅଭିନନ୍ଦନ.....।।

