STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ରଙ୍ଗ ଫୁଆର

ରଙ୍ଗ ଫୁଆର

1 min
200


ତୁମକୁ 


ଅସରନ୍ତି ରଙ୍ଗ 


ଭାବୁ ଥିଲି ସିନା,ତୁମେ, 


ସାତ ରଙ୍ଗୀ ଯେ ପାଲଟିଲ, 


ଅପାସୋରା ରଙ୍ଗ ମାଗିଥିଲି ବୋଲି,


ତୁମେ,ନୀଳ ଆକାଶରେ,ଇନ୍ଦ୍ରଧନୁ ସାଜିଗଲ, 


ସପ୍ତରଙ୍ଗୀ,ତୁମ ଲାଲିମା ତ ରଙ୍ଗ ଫଗୁଣ, 


ଗୋଲାପୀ ଦେହରେ ଅସରା ଶ୍ରାବଣ, 


ତୁମେ ହୃଦୟେ ରଙ୍ଗ ବସନ୍ତ,


ତୁମ ଭାବନା ରଙ୍ଗରେ 


କେଶର ସ୍ଫୁରଣ, 


ବାଇଗଣୀ ଅନୁରାଗ,


ନୀଳିମାରେ ତୁମେ ଭାବୁକ ଭାବନା, 


ମନରେ ନୀଳ ତରଙ୍ଗ,ତୁମେ ଘନ ନୀଳ ରଙ୍ଗେ 


ଆତୁର ବିଭୋର,ସବୁଜିମା ଶୁଭ୍ର ସବୁଜ ପଲ୍ଲଵ,ସିନ୍ଦୁର 


ରାଗ,ବିରାଗ !ସୁନୀଳ ଲହରୀ ସଂବେଗ,ଆବେଗ, 


ତୁମ ବିରହ ରଙ୍ଗ ବେରଙ୍ଗ, ନବ ରଙ୍ଗୀ..


ତୁମ ଇଚ୍ଛା ବି ସ୍ୱଚ୍ଛ ପବିତ୍ର, 


ସ୍ବପ୍ନ ତ ଚିର ହରିତ,


ନୀରବ ବଉଦ 


ଘନ କୁନ୍ତଳରେ ତୁମେ, 


ଅସୀମ ଭାବ ସରାଗ,କଜ୍ଜଳ ନୟନା, 


ଚାରୁ ଚିତ୍ର ରେଖା,ତୁମ ରାଗ ଯେ ପୀତ, ଲୋହିତ,


ନାରଙ୍ଗୀ ସ୍ମୃତିର ବହଳ ଚମକେ,ତୁମ ମଧୁର ପ୍ରୀତି ମହକ,


ତୁମ କୁଙ୍କୁମ ଅଧର,ଉଜ୍ଜଳ,ବିଭୋର ପ୍ରତୀକ 


ପ୍ରେମ ତ ପ୍ରୀତି,ପୁଷ୍ପ ରାଗ,ଆଉ.. 


ପ୍ରେମରେ ରଙ୍ଗ ଫୁଆର, 


ଜୀବନ ରଙ୍ଗରେ ସଦା ଆକର୍ଷଣ ତୁମେ,


ସମ୍ମୋହନେ,ସପ୍ତରଙ୍ଗୀ ଅସ୍ତ ରାଗ..! 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract