ରକ୍ଷକ ଭକ୍ଷକ ସାଜି ଦେଖାଏ ଭୟ, ହାୟ
ରକ୍ଷକ ଭକ୍ଷକ ସାଜି ଦେଖାଏ ଭୟ, ହାୟ
ମୁଁ ନିର୍ବାକ।
ମୁଁ ଲଜ୍ଜିତ ।
ମୁଁ ଦୁଃଖିତ ।
ଦେଖ ଆମ ଗଣତନ୍ତ୍ର,
ଦୂନିଆରେ ଶ୍ରେଷ୍ଠ,
ବଡ କଣ୍ଠେ କର ଅଭିହିିିତ ।
ବଡ କଥା କୁହାଳିଆ ହେଲ,
ଗୁଣ୍ଡା ଦାଗୀ ନେତାଙ୍କୁ ଦଳେ କଲ ସାମିଲ,
ସେମାନଙ୍କୁ ନେଇ ସ୍ବଛତାର କଥା କହି ଲଢିଲ,
ନିର୍ବାଚିତ ହୋଇ ନେତା ହେଲ,
ଶାସନକୁ ଅକ୍ତିଆର କଲ,
ମନ୍ତ୍ରୀ ହୋଇ ଶାସନ ଚଳାଇଲ,
ପ୍ରଶାସନ ପୁଲିସଙ୍କୁ ଅକ୍ତିଆର କଲ,
ଦେଶ ସେବା କଥା କହିଲ,
ନେତା ମନ୍ତ୍ରୀମାନଙ୍କୁ ନେଇ ଅର୍ଥ ହଡପ କଲ
କର୍ମଚାରୀମାନଙ୍କୁ ବୋଲକରା କଲ,
ଲୋଭ ମୋହ ସ୍ବାର୍ଥପର ଦଳଗତ ଭାବ ସୃଷ୍ଟି କଲ
ଆମ ସ୍ୱଛ ଗଣତନ୍ତ୍ରଟାକୁ କଳୁଷିତ କଲ ।
ଦେଖ ଏବେ ଲଢେଇ ସର୍ବତ୍ର,
ମନୁଷତ୍ୱକୁ ତେଜି କରି,
ଦିବସେ ହୁଅନ୍ତି ନାରୀର ଧର୍ଷଣକାରୀ,
ମୁରୁକି ମୁରୁକି ହସୁଛ ବସି ଗାଦିରେ
ଦୁଃଶାସନ ପରି କାର୍ଯ୍ୟ ଚାଲେ ରାଜୁତିରେ,
ଘରେ ଘରେ ଚାଲେ ମହାଭାରତ,
ଭାଇଚାରା ବଦଳରେ ମଣିଷ ଶୋଷିତ,
ଆଜି କେତେ ପାଞ୍ଚାଳୀ ବିବସନା ହୁଏ,
ଲଜ୍ଜ୍ୟା ନାହିଁ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟ କୁହେ,
ଧୃତରାଷ୍ଟ୍ର ପରି ଆଖିରେ ଅନ୍ଧପୁଟୁଳି ବାନ୍ଧି ରହେ,
ଏ କଅଣ ସତ୍ୟ ଧର୍ମ ପଥ,
ନୂହେଁ କି ଅନ୍ୟାୟ, ଅଧର୍ମ ଓ ଘୃଣିତ,
ସତରେ କଅଣ ଏହା କୌଣସି ଧର୍ମ ଲିଖିତ,
ଏଠି ମଣିଷଙ୍କୁ କୁହ ରଚ ମହାଭାରତ ।
ଏପରି ରଚିବା ମହାଭାରତ ଆମର ନାହିଁ ଦରକାର,
ସମାଜରେ ମଣିଷ ଖେଳିବା ହୋଲି ମଣିଷ ରକତର,
ଅନ୍ୟାୟ, ଅଧର୍ମ ଓ ହିଂସାବାଦ ଚତୁର୍ଦ୍ଦିଗେ ଦେଖାଦେବା,
ମଣିଷ ହରାଇ ମଣିଷ ପଣିଆ ନିଜ ସ୍ୱାର୍ଥ ଦେଖୁଥିବା,
ଜାତିର ପିତାଙ୍କର ଅହିଂସା ପରମ ଧରମ ବାଣୀକୁ ଭୁଲିବା,
ହିଂସା, ସ୍ୱାର୍ଥ ଆଉ ଅହଙ୍କାର ସଭିଙ୍କୁ ବଶ କରିବା,
ସ୍ୱାଧୀନ ଦେଶେ ଅରାଜକତା ଚାରିଆଡେ ବ୍ୟାପିଯିବା,
ଗଣତନ୍ତ୍ର ନାମେ ଅନ୍ୟାୟ କର୍ମକୁ ପ୍ରଶୟ ଦେବା ।
ମୁଁ ହିନ୍ଦୁ, ହିନ୍ଦୁ ବୋଲି ଗରବ କରେ,
କିନ୍ତୁ ଅନ୍ୟ ଧରମକୁ ମଧ୍ୟ ସନମାନ କରେ,
ହିନ୍ଦୁ ବୋଲି ଗରବ ତୁମେ କର,
ଧ୍ୱନି ଦିଅ ହିନ୍ଦୁ ଏକତାର ,
କିନ୍ତୁ ସ୍ଵାଧୀନତାର ତେସ୍ତରି ବର୍ଷ ପରେ
ଲଳନା ଆଜି ବି ସାବ୍ୟସ୍ତ କରେନା ହକ୍ ତାହାର,
କିନ୍ତୁ ତୁମେ ଯିଏ ଭ୍ରୁଣହତ୍ୟା କର,
କନ୍ୟା ମାଆ ଗର୍ଭରେ ଥାଇ,
ଭାବେ ଦୁନିଆ ଟିକେ ଦେଖିବି ମୁହିଁ,
ଜନନୀ, ଭଗିନୀ, ଜାୟା ରୂପେ ମୁହିଁ,
ସ୍ନେହ, ମମତା, ପ୍ରେମ ବାଣ୍ଟୁଣ ଥିବି ରହି,
ଉତ୍କଟ ଅର୍ଥ କ୍ଷମତାର ଆଶେ ମଣିଷ ହରାଏ ବିବେକକୁ
ଦେଖୁଛେ ପୁତ୍ର ଓ କନ୍ୟା ମଧ୍ୟେ ଭେଦଭାବ ସବୁକୁ,
ଆଜି ବି ମୁଣ୍ଡ ଲଏଁନି ଯୈାତୁକଲୋଭୀ ରାକ୍ଷସର,
ଦରକାର ନାହିଁ ଏପରି ସମାଜର ।
ଆଜି ଦେଖ, ମାତୃତ୍ଵ ଆକୁଳ ବ୍ୟାକୁଳ ହୁଏ,
ନାରୀ ଓ ବାଳୁତ ଯେଉଁଠି ସୁରକ୍ଷିତ ନୁହେଁ,
ବୃଦ୍ଧ ବୃଦ୍ଧା ଯେଉଁଠାରେ ଅସହାୟ ହୁଅନ୍ତି,
ଗଗନ ଆକାଶେ ଶୁଭେ ଖାଲି ହାୟ ହାୟ,
ରକ୍ଷକ ଏଠାରେ ଭକ୍ଷକ ସାଜି ଦେଖାଏ ଭୟ,
ତୁମ ହିଂସା ଆଚରଣ ନୀତି ଦିନେ ମୂଲ୍ୟହୀନ ହେବ,
ଏଥିରେ ଭାବୁଛ କିପରି ତୁମେ ବିଶ୍ୱଗୁରୁ ହେବ ।
