STORYMIRROR

Kalandi pal

Inspirational

4  

Kalandi pal

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
396


ଶାନ୍ତିର ଭୁବନ      ବିଶ୍ଵର କଲ୍ୟାଣ

     ଯେବେ ଏକ ସୂତ୍ରେ ବନ୍ଧା

ସ୍ନେହ ପ୍ରେମ ମୈତ୍ରୀ  ଦୃଢ଼ ଭାତୃ ଭାବ

     ପରସ୍ପରରେ ମନ ଛନ୍ଦା ।


ଦେଶ ଦେଶ ମଧ୍ୟେ  ଜାତି ଜାତି ମଧ୍ୟେ

     ପ୍ରଥା ପରମ୍ପରା ଶ୍ରେଷ୍ଠ

ଓଡ଼ିଆ ଜାତିର     ଶ୍ରେଷ୍ଠ ପରମ୍ପରା

     ରକ୍ଷା ବନ୍ଧନ ଉଦ୍ଦିଷ୍ଟ ।


ସ୍ନେହର ସୁଦୃଢ଼      ରଜ୍ଜୁ ହୁଏ ଦୃଢ଼

    ଭାତୃ ଭଗିନି ସମ୍ବନ୍ଧେ

ସ୍ନେହର ଡୋରିଟେ  ବାନ୍ଧି ଦିଏ ହାତେ

     ମଙ୍ଗଳ ମନାସି ହୃଦେ ।


ଶ୍ରୀ ବଳଦେବଙ୍କ     ଜନ୍ମ ତିଥି ଅଙ୍କ

   

;  ଶ୍ରେଷ୍ଠ ଶ୍ରାବଣ ପୂର୍ଣ୍ଣିମା

ଓଡ଼ିଆ ସଂସ୍କୃତି   ସ୍ନେହ ପ୍ରେମ ପ୍ରୀତି

     ମୈତ୍ରୀ ଭାବର ବନ୍ଧନ ।


ସ୍ନେହର ପସରା ଡୋରି ଦିଶେ ତୋରା

     ବାନ୍ଧି ଭାତୃ ହସ୍ତେ ଭଗ୍ନୀ

ଶପଥ ନିଅଇ     କବଚଟେ ହୋଇ

     ପ୍ରଥା ପରମ୍ପରା ମାନି ।


ନୁହେଁ ସେ ସୂତାଟେ  ଅତୁଟ ବନ୍ଧଟେ 

    ବାନ୍ଧି ଦିଏ ଭାତୃ ମନେ

ଆସୁ ଝଡ଼ ଝଞ୍ଜା   ନାହିଁ ପଛ ଘୁଂଚା

    ଭାଇର ଭଗ୍ନୀ ଜୀବନେ ।


ଗୋଟିଏ ଗର୍ଭରୁ   ଗୋଟିଏ ରକ୍ତରୁ

    ଗୋଟିଏ ସୁତାର ଭାବ

ଓଡ଼ିଆ ସଂସ୍କୃତି    ନିଦର୍ଶନ ଏହି

    ରକ୍ଷା ବନ୍ଧନ ପରବ ।


Rate this content
Log in

Similar oriya poem from Inspirational