STORYMIRROR

Debaki Behera

Classics

2  

Debaki Behera

Classics

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
23


ଭାଇ ତୋତେ ମୋର ରହିଲା ରାଣ


ରକ୍ଷା ବନ୍ଧନରେ ନେ ତୁ ପଣ।


ନିଜର ହେଉକି ହେଉସେ ପର


ଭଉଣୀ ସିଏତ ଅଟେ କାହାର।


ସବୁ ଭଉଣୀକୁ ସୁରକ୍ଷା ଦେବୁ


ଏହି କଥାଟିକୁ ମନେ ରଖିବୁ।


କରିବୁନି କେବେ କୁତ୍ସିତ କାମ


(ତାର) ସମ୍ମାନ ରଖିବା ପ୍ରଧାନ କାମ।


କା ଆଖିରେ କେବେ ଦେବୁନି ଟି ଲୁହ


ନରଖିବୁ କେଉଁ ଝିଅ ପ୍ରତି ମୋହ।


ଯଦି ଏହି କଥା ମାନି ଚଳିବୁ


ସୁନା ଭାଇ ଟିଏ ମୋହର ହେବୁ।


ରାକ୍ଷୀ ବାନ୍ଧିଦେବି ତୋହର ହାତେ


ପାଉଣା ଟି ଲୋଡା ନାହିଁ ତ ମୋତେ।


ଭଉଣୀ ଟି ଲୋଡ଼େ ଟିକେ ସମ୍ମାନ


ରଖିବୁଟି ତାର ରାକ୍ଷୀର ମାନ।



Rate this content
Log in

Similar oriya poem from Classics