STORYMIRROR

Satyanarayan Sahoo

Romance Classics Fantasy

4  

Satyanarayan Sahoo

Romance Classics Fantasy

ରହସ୍ୟ

ରହସ୍ୟ

1 min
213


ରହସ୍ୟ ରୋମାଞ୍ଚ ଭରା ଅଟେ ଏହି ଧରା

ନିତି ନିତି ଅଭିନବ ରସ ର ପସରା ।


ମେଲାଇ ହସଇ ଦେଖ ପ୍ରକୃତି ସୁନ୍ଦରୀ

ସୁନ୍ଦର ଶୋଭା ର ବିଭା ପରିପୂର୍ଣ୍ଣ  ସ୍ଥଳୀ ।


ରହିଛି  ବିପୁଳ ତର ମହିମା ମଣ୍ଡିତ

ବାତାବରଣ ର ଲୀଳା ନୃତ୍ୟ ସ୍ଵାଭାବିକ ।


ଅବସ୍ଥାକୁ ପ୍ରଦର୍ଶିତ କରି ଅହ ରହ

ବିତରୁଛି ପ୍ରତି କ୍ଷଣେ ପ୍ରଶାନ୍ତି - ଅମିୟ ।


ଆହା କି ଆନନ୍ଦ ପ୍ରଦ ବ୍ୟବସ୍ଥା - ବିଧାନ

ରହସ୍ୟ ଲାଗଇ ବିଲୋକନ ଅନୁଧ୍ୟାନ  ।


କରି ପ୍ରକୃତି ର ଶୋଭା ସମ୍ଭାର ମହିମା

ପ୍ରାଚୀ ନଭେ ପ୍ର।ତ କାଳେ ଖେଳେ ଅରୁଣିମା ।


ବର୍ଦ୍ଧନ କରାଇ କାନ୍ତି ରମ୍ୟ ଜ୍ୟୋତି ତେଜେ

 ଅନର୍ଗଳ ଦୀପ୍ତି ଧାରେ ଧୌତ କରେ ସେ ଯେ ।


ଯୋଗାଇ ପରାଣେ ପ୍ରୀତି ସ୍ରୋତ ପ୍ରବାହିତ

ପୁଣି ଅପର୍ଯ୍ୟାପ୍ତ କାର୍ଯ୍ୟ ସାଧଇ ବିଦ୍ୟୁତ  ।


ଟିକି ପ୍ରଦୀପ ଟେ ଜଳି ଦିଏ ନିତ୍ୟେ ଶିକ୍ଷା

ରହସ୍ୟ , ତମିଶ୍ର ନାଶେ ତାର , ଟିକି ଶିଖା ।


ଟିକି ଟିକି ଫୁଲ ଫୁଟି ଦିଶୁଥିବା ବନ

ଯୋଗାଏ ମନରେ କେତେ ରହସ୍ୟ ସେ ଘନ ।


ବେଶ ବାସ ଭୂଷା ସଜ ସାଜ ସଜ୍ଜା ଘେନି

ବିମଳ ଚନ୍ଦ୍ରିକା ଧାରେ , ଦିବସ ଯାମିନୀ ।


ରବି, ଶଶୀ ତାରା ପଙ୍କ୍ତି , ଦିଶନ୍ତି କି ଶୋଭା

ଜୀବନ ରହସ୍ୟ ଜାଣିବାକୁ ମନଲୋଭା  ।


କବି ଲେଖକ ଓ ବୈଜ୍ଞାନିକ , କଳାକାର

ସର୍ବେ ଆଙ୍କି ଥାନ୍ତି ଚିତ୍ର ରହସ୍ୟ ରାଜି ର ।


Rate this content
Log in

Similar oriya poem from Romance