ରହସ୍ୟ
ରହସ୍ୟ


ରହସ୍ୟ ଭିତରେ
ରହିଗଲା ତୋର , ମୋର ସମ୍ପର୍କ
ତୋ ମନର ରହସ୍ୟ ମୁଁ ଭେଦ କରିପାରିନି ,
ସତରେ କଣ ସେ ମନରେ ଅଛି
ମୋ ପାଇଁ ପ୍ରେମ ?
ଅବା ଅଛି ଘୃଣା ?
ସବୁ କିଛି ରହିଗଲା ରହସ୍ୟ ଭିତରେ ।
ତଥାପି ମୁଁ ଚାହିଁଛି ତୋରି ବାଟ କୁ
ଜାଣିଛି କେବେ ନା କେବେ ଫିଟିବ
ତୋ ମନର ରହସ୍ୟ
ମୁଁ ବି ଭେଦ କରିବି , ଆଉ ପହଞ୍ଚିବି ସେ ରହସ୍ୟ ର ଆର ପାରିରେ ।
ଜାଣିଯିବି ,
ବୁଝିଯିବି,
ତୋ ମନର ଗୁଢ ରହସ୍ୟ କୁ।